ନିର୍ବାଚିତ ମହିଳା ପ୍ରତିନିଧି ଙ୍କ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ଗଣମାଧ୍ୟମ ପ୍ରତିନିଧି ଓ ପଞ୍ଚାୟତ ର ନିର୍ବାଚିତ ମହିଳା ପ୍ରତିନିଧି ମାନଙ୍କ ଜିଲ୍ଲା ସ୍ତରୀୟ କର୍ମଶାଳା ଆଜି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ପ୍ରଶାନ୍ତି କନଭେନସନ ଠାରେ ଜାତୀୟ ସ୍ତରର ବେସରକାରୀ ସଂସ୍ଥା “ହଙ୍ଗର ପ୍ରୋଜେକ୍ଟ” ଆନୁକୁଲ୍ୟରେ ତଥା ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମହାନ୍ତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହଙ୍ଗର ପ୍ରୋଜେକ୍ଟ ଜେଣ୍ଡର ଏକ୍ସପାର୍ଟ ସଂଯୋଜକ ଭାବେ ଶ୍ରୀଯୁକ୍ତ ଧନେଶ୍ଵର ମହାନ୍ତ ଯୋଗଦାନ କରି କର୍ମଶାଳା ର ଲକ୍ଷ୍ୟ ଓ଼ ଉଦେଶ୍ୟ ସମ୍ପର୍କ ରେ ବୁଝାଇଥିଲେ। କର୍ମଶାଳା ରେ ନିମନ୍ତ୍ରିତ ଗଣମାଧ୍ୟମ ର ପ୍ରତିନିଧି ଭାବେ କରଞ୍ଜିଆ ପ୍ରେସକ୍ଲବ ସଭାପତି ଶ୍ରୀ କର୍ଣ୍ଣାର୍ଜୁନ ସାହା,ସାମ୍ବାଦିକ ଉଦିପ୍ତ କୁମାର ବେହେରା, ଦିନେଶ କୁମାର ଦାସ,ପାର୍ଥ ପ୍ରଶନ୍ନ ମିଶ୍ର ତନ୍ମୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳା ରେ ରରୁଆଁ ବ୍ଲକର ପ୍ରାୟ ୩୦ ଜଣ ନିର୍ବାଚିତ ମହିଳା ୱଡମେମ୍ବର,ନାଏବ ସରପଞ୍ଚ ଓ ସରପଂଚମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଅଲିଭା ଫେଡେରେସନ ର ସମ୍ପାଦକ ବାସନ୍ତୀ ଦାସ, କୋଷାଧ୍ୟକ୍ଷ ନିମନ୍ତି ଗିରି,ଅଙ୍ଗାରପଦା ସରପଂଚ ସବିତା ମହାନ୍ତ,ତିଳକୁଟି ସରପଂଚ ମିନୁ ଚାତାର,ବୁଡାମରା ନାଏବ ସରପଞ୍ଚ ଦିପିକା ମହାନ୍ତ ପ୍ରମୁଖ ସେମାନଙ୍କ କାର୍ଯ୍ୟ କାଳ ମଧ୍ୟରେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଉପଲବ୍ଧୀ ଏବଂ ସମସ୍ୟା ଓ ତାହାର ସମାଧାନ କିପରି କରିଥିଲେ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହା ସହ ନାରୀ ନିର୍ଯାତନା ଉପରେ ସଚେତନ,ବାଲ୍ୟବିବାହ ରୋକିବା ଉପରେ ପଦକ୍ଷେପ ନେଇଥିଲେ ବୋଲି ପ୍ରକାଶ କରିଥିଲେ। ଟଙ୍କା,ମଦ ଓ ଭୋଜି ଭାତ ନଖାଇ ନିରପେକ୍ଷ ଭାବେ ଭୋଟ ଦେବାକୁ ସଚେତନ କରାଇବେ ବୋଲି ଉପସ୍ଥିତ ଥିବା ସଦସ୍ୟା ଗଣ ଶପଥ ନେଇଥିଲେ। ଏହି କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସଂସ୍ଥା ହଙ୍ଗର “ପ୍ରୋଜେକ୍ଟ” ଓ “କ୍ରେପଡା” ସଂସ୍ଥା ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଥିବାରୁ ଉପସ୍ଥିତ ଥିବା ସମସ୍ତ ସଦସ୍ୟା ଉକ୍ତ ସଂସ୍ଥା ଗୁଡ଼ିକୁ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଶ୍ରୀ ଧନେଶ୍ଵର ମହାନ୍ତ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ର ସହ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ