ନିର୍ମାଣାଧିନ ପୃଥକ ସେଡ୍‌କୁ ଭାଙ୍ଗି ଦେଲେ ଦୁର୍ବୃତ : ଥାନାରେ ଅଭିଯୋଗ କଲେ ସରପଂଚ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଂଚାୟତସ୍ଥିତ କଂଟୁଣିଆ ହୋମିଓପାଥିକ ମେଡିକାଲ ପଛପାଶ୍ୱର୍ରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ପୃଥକ ପୃଥକ ସେଡ୍ ଗୁଡିକର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା । ଯାହାର ଅଟକଳ ମୂଲ୍ୟ ପ୍ରାୟ ୬୦ହଜାର ଟଙ୍କା ହେବ । ଏହି କାର୍ଯ୍ୟକୁ ପଂଚାୟତ ପକ୍ଷରୁ କରାଯାଉଛି । ଏହାର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଗତ ଶନିବାର ରାତିରେ କେହି ଅଜଣା ବ୍ୟକ୍ତି ଶାବଳ ସାହାର୍ଯ୍ୟରେ ତାଡି ଫୋପାଡି ଦେଇଥିବା ପଂଚାୟତର ସରପଂଚ ଶୁଭ୍ରସ୍ମୃତୀ ପରିଡା ସୋମବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାରେ ପରେ ଥାନା ପକ୍ଷରୁ ତଦନ୍ତ ଚାଲୁ ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ