ରାସ୍ତାପାଶ୍ୱର୍ରେ ନିଆଁ ଲଗାଇଲେ ଦେଲେ ଦୁର୍ବୃତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ତିରୁଣା-ଦହିପାଳର ମୁଖ୍ୟରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରାଯାଇଛି । ଏହି ରାସ୍ତାପାଶ୍ୱର୍ରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ କେହି ଜଣେ ଦୁର୍ବତ ନିଆଁ ଲଗାଇ ଦେଇଛି । ନିଆଁ ଲାଗିବା ଫଳରେ ରାସ୍ୱା ପାଶ୍ୱର୍ରେ ପଡିଥିବା ଶୁଖିଲା ଘାସ ଓ ଲତା ଜଳିବା ସହିତ ବୃକ୍ଷ ଗୁଡିକରେ ନିଆଁ ଲାଗିଥିଲା । ସ୍ଥାନୀୟ ଯୁବକ ସଂଘର ସଦସ୍ୟମାନେ ଏହା ଦେଖି ତୁରନ୍ତ ନାଉଗାଁ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ସୂଚନା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ଏହି ନିଆଁ ଲଗାଇବା ଘଟଣାକୁ ନେଇ ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାଯାଇଛି ।


