ନୁଅପଟଣା ମଧୁସୂଦନ ସେତୁ ଉପରେ ଦୁର୍ଘଟଣା ରେ ଯୁବକ ମୃତ୍ୟୁ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ଵାର ଥାନା ଅନ୍ତର୍ଗତ ନୂଆ ପାଟଣା ଠାରେ ସିଡିଏ ରୁ ନୂଆପାଟଣା କୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ଉପରେ ସଡକ ଦୁର୍ଘଟଣା ଘଟି ଏକ ବାଇକ୍ ଆରୋହୀ ଙ୍କ ର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଙ୍କ ପରିଚୟ ମିଳିପାରିନଥିଵା ବେଳେ ମୃତ ଯୁବକ ଙ୍କର ଏକ ବାଇକ୍ OD-05-AR-0655 କୁ ପୋଲିସ ଗାଡି ଟିକୁ ଜବତ କରି ମୃତ ଶରୀର କୁ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ କୁ ଆମ୍ବୁଲାନ୍ସ ଯୋଗେ ପଠାଇ ଘଟଣା ର ତଦନ୍ତ ଜାରି ରଖିଥିବା ର ଜଣାପଡିଛି। ଦୀର୍ଘ ଦୁଇ ଘଣ୍ଟା ସେତୁ ଉପରେ ଗାଡି ମଟର ଯାମ୍ ହୋଇଯାଇଥିଲା ଯାହା ଫଳରେ ପୋଲିସ ଯାମ୍ ନିୟନ୍ତ୍ରଣ କରିବାରେ ନାକେଦମ୍ ହୋଇପଡିଥିଲା । ପ୍ରତ୍ୟେକ ଦିନ ସେତୁ ସହ ଶହ ଶହ ବାଲି ବୋଝେଇ ଟ୍ରକ୍ ଯାଆ ଆସ କରୁଥିବା ରୁ ସେତୁ ଦୁଇ ପାର୍ଶ୍ଵରେ ଏକ ପୁଟ ର ବାଲି ପଡି ରହିଛି। ଏହି ବାଲି କାଢ଼ିବା ରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇପଡିଛି ଯାହା ଫଳରେ ଗତ ଦୁଇ ବର୍ଷ ଭିତରେ ମଧୁସୂଦନ ସେତୁ ନୋଲାଣି ୬ ଜୀବନ ।