ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସ୍ଥିତ + ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ନେତାଜୀ ସୁବାଷ ବୋଷ କନିଷ୍ଠ ମହାବିଦ୍ୟାଳୟ ରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି l + ୨ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ବଡ ଆଡମ୍ବର ଭାବେ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ନବାଗତ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗଛ ଦେଇ ସ୍ୱାଗତ କରାଯାଇଛି l ଆଦିବାସୀ ବାଦ୍ୟଯନ୍ତ୍ର ରେ ମୁଖ୍ୟ ଫାଟକରୁ ସଭାଗୃହ ପର୍ଯ୍ୟନ୍ତ ଅତି ଆଡମ୍ବର ଭାବେ ନବାଗତ ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପାଛୋଟି ନେଇଥିଲେ l ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ.ସୁନୀଲ କୁମାର ପାତ୍ର ସ୍ୱାଗତ ସଭାରେ ସଭାପତିତ୍ୱ କରି ପ୍ରାଥମିକ ପର୍ଯ୍ୟାୟରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଅଣଶିକ୍ଷା କର୍ମଚାରୀ ଓ ନବାଗତ ଛାତ୍ରଛାତ୍ରୀ ପରସ୍ପର ପରିଚୟ ଆଦାନ ପ୍ରଦାନ କରିଥିଲେ l ଅଧ୍ୟକ୍ଷ ଡ଼ଃ ପାତ୍ର ନିଜ ଅଭିଭାଷଣ ରେ ଅନୁଷ୍ଠାନର ଶୃଙ୍ଖଳିତ ନିୟମାବଳୀ ନବାଗତଙ୍କୁ ଅବଗତ କରିଥିଲେ l ଏଥି ସହିତ ରାଜ୍ୟ ସରକାର ଶିକ୍ଷା ଅନୁଷ୍ଠାନରେ ରାଗିଙ୍ଗ କରିବା ବାରଣ କରିଛନ୍ତି, ତେଣୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନବାଗତ ଛାତ୍ରଛାତ୍ରୀଙ୍କୁ ରାଗିଙ୍ଗ କଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇ ରାଗିଙ୍ଗ ବିଷୟରେ ଚିନ୍ତା ନକରି ପାଠ ପଢାରେ ମନ ଦେବା ପାଇଁ ଉପଦେଶ ଦେଇଥିଲେ l ଅନେକ ଛାତ୍ରଛାତ୍ରୀ ପାଠ ପଢା ସାରିବା ପରେ ନିଜ ଲକ୍ଷ ଓ ଭବିଷ୍ୟତ ନେଇ ଅନିଶ୍ଚିତ ତଥା ଦ୍ବନ୍ଦରେ ରହୁଥିବା ବେଳେ ଏହି ଅନୁଷ୍ଠାନରେ ସେମାନଙ୍କୁ ଉଚିତ ମାର୍ଗଦର୍ଶନ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ୨୦୨୨/୨୩ ଶିକ୍ଷାବର୍ଷର ପାଠ୍ୟଖସଡ଼ା ଓ ପରୀକ୍ଷାରେ ଆସୁଥିବା ସମ୍ଭାବ୍ୟ ପ୍ରଶ୍ନ ବିଷୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ l ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଭାରେ ନୃତ୍ୟ ସଂଗୀତ ର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶେଷରେ ଅନୁଷ୍ଠାନର ଓଡ଼ିଆ ଅଧ୍ୟାପିକା ଡ଼ଃ ବନିତା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସମ୍ପନ୍ନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ