ଦୁର୍ଘଟଣାରେ ମୃତ ପରିବାରକୁ ବିକ୍ରମ ପଣ୍ଡାଙ୍କ ସହାୟତା
ବାଲେଶ୍ୱର, (ସରୋଜ ପଣ୍ଡା):ଷ୍ଟିଲ ରେଲିଂ କାମ କରିବା ବେଳେ ବିଲ୍ଡିଂରୁ ଖସିପଡ଼ି ଗତକାଲି ମୃତ୍ୟୁବରଣ କରିଥିବା ଅରଡ଼ବଜାର ଅଞ୍ଚଳର ଯୁବକ ଶେଖ ଅବଦୁଲ ହମିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଯୁବନେତା ବୁକ୍ରମ ପଣ୍ଡା । ଆଜି ସେ ଅରଡ଼ବଜାରର ହମିଦଙ୍କ ପରିବାରଙ୍କ ପାଖକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସହାୟତା ପ୍ରଦାନ ବେଳେ ଶ୍ରୀ ପଣ୍ଡାଙ୍କ ସହ ଆକବର ସାହା ଉପସ୍ଥିତ ଥିଲେ । ଶ୍ରୀ ପଣ୍ଡାଙ୍କର ବଦାନ୍ୟତାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।


