ପଂଚାୟତର ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଓଷକଣା ପଂଚାୟତର ଡିଲର ନରେଶ ସ୍ୱାଇଁ ଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପ୍ରଶ୍ନ ଉଠାଇଛନ୍ତି ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ସୁନିଲ କୁମାର ମାଟିଆ । ସୁନିଲଙ୍କ କହିବା ମୁତାବକ ନରେଶ ସ୍ୱାଇଁ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ସାଧାରଣ ବଂଟନ ବ୍ୟବସ୍ଥାରୁ ପ୍ରଶାସନ ଏପର୍ଯ୍ୟନ୍ତ ତାଙ୍କୁ ନିଲମ୍ବନ କାହିଁକି କରୁନାହିଁ । କାହା ଚାପରେ ଆଜି ପର୍ଯ୍ୟନ୍ତ ତାକୁ ଡିଲର ଭାବେ ରଖାଯାଇଛି । ଯଥା ଶୀଘ୍ର ନରେଶ ସ୍ୱାଇଁଙ୍କ ଡିଲର ପଦରୁ ନିଲମ୍ବନ କରିବା ପାଇଁ ସେ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଓଷକଣା ପଂଚାୟତର ସମିତି ସଭ୍ୟା ଜୟନ୍ତୀ ଭୋଇ, କାର୍ଡଧାରୀ ସୂର୍ଯ୍ୟକାନ୍ତ ଭୋଇ, ରଶ୍ମିତା ସ୍ୱାଇଁ, ସାଧୁ କାଣ୍ଡି, ଶଶୀରେଖା କାଣ୍ଡୀ, ନିରଞନ କାଣ୍ଡୀ, ନିହାର ରଂଜନ କାଣ୍ଡି ଙ୍କ ସମେତ ୪୦ ଜଣରୁ ଉର୍ଦ୍ଧ ସ୍ୱାକ୍ଷରିତ ଏକ ଅଭିଯୋଗା ପତ୍ର ବିଡିଓ ରଶ୍ମିରେଖା ମଲିକ ଙ୍କୁ ଏସଂକ୍ରାନ୍ତରେ ଏକ ଅଭିଯେଗା ପତ୍ର ୨୯ ଅଗଷ୍ଟ ୨୦୨୦ ପ୍ରଦାନ କରିଥିଲେ । ଏହାର ନକଲ କପି ସଚିବ ରାଜ୍ୟ ଯୋଗାଣ ବିଭାଗ, ବଜିଲାପାଳ ଜଗତସିଂହପୁର, ଜିଲା ଯୋଗାଣ ଅଧିକାରୀ ,ଜଗତସିଂହପୁର ଙ୍କ ଅବଗତି ନିମନ୍ତେ ପଠାଯାଇଛି । ଅଭିଯୋଗ ମୁତାବକ ଉକ୍ତ ପଂଚାୟତରେ ଖାଉଟି ସାମଗ୍ରୀ ବଂଟନ କରୁଥିବା ଡିଲର ନରେଶ ସ୍ୱାଇଁ ଜଣେ ଗୁଣ୍ଡା ଶ୍ରେଣୀର ଅଟେ । ପ୍ରତି ଥର ସାମଗ୍ରୀ ବଂଟନ କରିବା ସମୟରେ ସେ ଆମ ଗରିବ ଲୋକମାନଙ୍କୁ ହଇରାଣ କରିବା ସହିତ କମ ସାମଗ୍ରୀ ବଂଟନ କରିଥାଏ । ଆମେ ମାନେ ଏହାର ପ୍ରତିବାଦ କରିବାରୁ ଆମ ମାନଙ୍କ କାର୍ଡ କାଟି ଦେବାକୁ ଧମକ ଦେଇଥାଏ । କିଛି ଦିନ ତଳେ ସମିତି ସଭ୍ୟା ଏହାର ପ୍ରତିବାଦ କରିବାରୁ ଜୈନିକ ଡିଲର ସମିତି ସଭ୍ୟା ଜୟନ୍ତୀ ଭୋଇ କୁ ଆକ୍ରମଣ କରିଥିଲା । ଯାହାକୁ ନେଇ ଥାନାରେ ୩୯/୨୦ରେ ମାମଲା ରୁଜୁ କରାଯାଇଛି । ଜୁଲାଇ ୨୪ ତାରିଖରେ କାକଟପୁର ପୋଲିସ ପକ୍ଷରୁ ଭଣ୍ଡିସାହି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା । ଏହି ଦିନ ଉକ୍ତ ଡିଲର ଶିଖରଘାଟ ସେତୁ ନିକଟରେ ପୋଲିସ କିଛି ଦୁବୃତ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଉକ୍ତ ଘଟଣାରେ ଜୈନିକ ଡିଲର ସଂପୃକ୍ତଥିବା ଆମେ ଜାଣିବାକୁ ପାଇଲୁ । ଗିରଫ ଭୟରେ ଉକ୍ତ ଡିଲର ଗାଁ ଛାଡି ବାହାରେ ଲୁଚି ରହିଛି । ତେଣୁ ଏପରିକି ଏକ ବ୍ୟକ୍ତି କୁ ଡିଲର କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ଅଭିଯୋଗରେ ଦର୍ସାଯାଇଥିଲା । ଏସଂପର୍କରେ ବ୍ଳକ ଯୋଗାଣ ଅଧିକାରୀ ନିଳିମା ମହାନ୍ତିଙ୍କୁ ପଚାରିବାରୁ ମୁଁ ଯାହା ରିପୋର୍ଟ ଆବଶ୍ୟକ ବିଡିଓଙ୍କ ନିକଟରେ ଦାଖଲ କରି ସାରିଛି । କାର୍ଯ୍ୟାନୁଷ୍ଠାନ ସେମାନେ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ