ପକ୍କା ଘରରୁ ବଂଚିତ କୁନ୍ତଳା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମର କୁନ୍ତଳା ନାଥ ପକ୍କା ଘରରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, କୁନ୍ତଳା ଜଣେ ଗରିବ ଶ୍ରେଣୀର ମହିଳା ହୋଇଥିବା ବେଳେ ସେ ଝାଟି ମାଟି ଘରେ ବସବାସ କରୁଛନ୍ତି । ଗତ ବାତ୍ୟାରେ ତାଙ୍କର ଝାଟିମାଟି ଘରଟି ଭାଙ୍ଗି ଯିବା ଫଳରେ ସେ ପରଘରେ ଆଶ୍ରୟ ନେଉଛନ୍ତି । ପକ୍କାଘର ଖଣ୍ଡିଏ ପାଇଁ ସେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ପକ୍କା ଘର ମିଳିନାହିଁ । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସେ ନିିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ