ପଥଚାରୀଙ୍କୁ ଦହିସର୍ବତ ବଣ୍ଟନ
ବାଲେଶ୍ୱର, (ସରୋଜ ପଣ୍ଡା) :-‘ସହାୟକ’ ଓ ‘ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘ’ର ମିଳିତ ସହଯୋଗରେ ଜିଲାପାଙ୍କ ଫାଟକ ପାଶ୍ୱର୍ରେ ଗତ ୫୩ ଦିନ ଧରି ପାନୀୟ ଜଳଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ସୋମବାରଦିନ ଦର୍ଜିପାଖରୀ ଅଞ୍ଚଳର ମହିଳା ଯୋଗ ଶିବିରର ସଦସ୍ୟାମାନେ ଏହି ଜଳଦାନ କେନ୍ଦ୍ରରେ ସୋମବାର ଦହିସର୍ବତ ବଣ୍ଟନ କରିଥିଲେ । ଜଳଦାନ କେନ୍ଦ୍ର ପରିଚାଳନା କରୁଥିବା ଦୁଇ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ପୂର୍ବତନ ସଭାପତି ଧୀରେନ୍ଦ୍ର ନାରାୟଣ ଦାସ ଓ ବର୍ତ୍ତମାନର ସଭାପତି ଇଂ. ବନମାଳୀ ନାୟକ ଏହି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଜଳଦାନ କେନ୍ଦ୍ରରେ ତୁଷାର୍ତ୍ତ ପଥ ଚାରୀ ମାନଙ୍କୁ ଦହିସର୍ବତ ବଣ୍ଟନରେ ମହିଳା ଯୋଗ ସଂଗଠନ ସହଯୋଗ ବେଶ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ । ଯୋଗଗୁରୁ ସୁଜିତ୍ କୁମାର ଜେନାଙ୍କ ସମେତ କୁସୁମ ପାଣିଗ୍ରାହୀ, ମାନସୀ ଦାସ, ଅର୍ଚ୍ଚନା କର, ସୁପ୍ରଭା ପଣ୍ଡା, ରେଣୁକା ଜେନା, ଶାନ୍ତି ମହାନ୍ତି, ଶାନ୍ତି ପଟ୍ଟନାୟକ, ବୀଣାପାଣି ଦାସ, ଲିପିକା ଦାସମହାପାତ୍ର, ସୁଜାତା ପାଲ୍, ସୁମିତ୍ରା ଧର, କମଳା ବେହେରା ଓ ସୁବାସିନି ପରିଡ଼ା ପ୍ରମୁଖ ପଥଚାରୀମାନଙ୍କୁ ଦହିସର୍ବତ ବଣ୍ଟନ କରିଥିଲେ ।


