ପବିତ୍ର ସାବିତ୍ରୀ ବ୍ରତ ଫଳ ବେପାରୀଙ୍କ କଚେପୁଅ ବାର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ସ୍ବାମୀ ଏବଂ ପରିବାରର ମଙ୍ଗଳ କାମନା,ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ପାଇଁ ମହିଳା ମାନେ ନିଷ୍ଠା, ପବିତ୍ର ଓ ଭକ୍ତିର ସହିତ ଉପବାସ ବ୍ରତ ରଖିବା ସହ ପୂଜାର୍ଚନା କରିଥାନ୍ତି ।ହେଲେ ଚଳିତ ବର୍ଷମହାମାରୀ ‘କରୋନା’ ପାଇଁ ଏହି ବ୍ରତ ଫିକା ହେବାକୁ ଯାଉଛି । ମାର୍ଚ୍ଚ ମାସରୁ ଆଜି ଯାଏଁ ଲକ୍ ଡାଉନ୍ ଚାଲିଛି । ଲୋକଙ୍କ ହାତରେ କାମଧନ୍ଦା ନାହିଁ ।ଯାହା କିଛି ଥିଲା ବସି ଖାଇଲେ ନଈ ବାଲି ସରିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ବହୁ ପରିବାରର ଲୋକେ ରାଜ୍ୟ ବାହାରେ, ଏଯାଏଁ ଘରକୁ ଫେରି ନାହାନ୍ତି । ଲକ୍ ଡାଉନ୍ ର ଫାଇଦା ନେଉଛନ୍ତି କଳାବଜାରୀ ମାନେ । ସାବିତ୍ରୀ ବ୍ରତର ମୁଖ୍ୟ ସାମଗ୍ରୀ ହେଉଛି ବିଭିନ୍ନ ପ୍ରକାରର ଫଳମୂଳ,ନୂତନ ଶାଢ଼ୀ ଓ ପୂଜା ସାମଗ୍ରୀ । ଲକ୍ ଡାଉନ୍ ପାଇଁ ଫଳ ଦର ମନଇଛା ବୃଦ୍ଧି କରିଛନ୍ତି ଫଳ ଦୋକାନୀ ମାନେ ।ଶୋଷଣ ହେଉଛନ୍ତି ସ୍ବାମୀମାନେ ।ଫଳ ନ ନେଲେ ବୀର ନାଚାର। କଳାବଜାରୀ ଙ୍କ ଉପରେ ପ୍ରଶାସନର ଲଗାମ ନାହିଁ ।ଆଜି ଫଳ ଦୋକାନରେ ପ୍ରବଳ ଭିଡ଼ ଲାଗି ରହିଥିଲା । ସାମାଜିକ ଦୂରତାକୁ ପଚାରେ କିଏ ?ଆମ୍ବ୮୦ ଟଙ୍କା,କଦଳୀ ଡଜନ-୪୦,ନଡ଼ିଆ -୩୦ଟଙ୍କା ଏବଂ ସବୁ ଫଳର ଦାମ ଅହେତୁକ ବଢିଛି ଯାହାକୁ ସତ୍ୟବାନ୍ ମାନଙ୍କର ପକେଟକୁ ପରମିଟ କରୁ ନ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ