ପରାଜୟ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ପାଳନ
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ) :- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ଗ୍ରା.ପରେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଂଚ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରୁଥିବା ନିହାର କୁମାର ମହାନ୍ତି (ଚିନୁ) ପରାଜୟ ବରଣ କରିଥିଲେ କିନ୍ତୁ ସେ ପଞ୍ଚାୟତର ବରୁଣପଡ଼ା ଗ୍ରାମ ଠାରେ ପାନୀୟ ଜଳ ସମସ୍ୟାକୁ ଦୂର କରିବେ ବୋଲି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । ଏବେ ପରାଜୟ ପରେ ନିଜସ୍ଵ ବ୍ୟୟରେ ଗ୍ରାମବାସୀମାନଙ୍କ ସୁବିଧା ଓ ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ନୂତନ ନଳକୂପ ବସାଇଛନ୍ତି । ଯାହାକୁ ନେଇ ଗ୍ରୀଷ୍ମ ପ୍ରବାହରେ ବିଶୁଦ୍ଧ ଜଳ ପାଇଁ ଗ୍ରାମବାସୀମାନେ ନିହାର କୁମାର ମହାନ୍ତି(ଚିନୁ)ଙ୍କ ଉଦ୍ୟମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।


