ପରିବର୍ତ୍ତନ ଯୋଧା ଗ୍ରୁପର ଅଭିନବ ପ୍ରୟାସ।
ପାରାଦୀପ, ( ପିତବାସ ପ୍ରଧାନ ): ପଙ୍କପାଳ ପଞ୍ଚାୟତର ଢିଅସାହି ଓ ବଣିକୁଦ ଗ୍ରାମର କିଛି ଶିକ୍ଷିତ ଯୁବକ ବନ୍ଧୁ ମାନେ ଏକତ୍ର ହୋଇ ପରିବର୍ତ୍ତନ ଯୋଧା ଗ୍ରୁପ ନାମକ ମାଧ୍ୟମରେ ମୋ ଗାଁ ମୋ ବ୍ୟକ୍ତିତ୍ବ ନାରାଦେଇ ଢିଅସାହି ଓ ବଣିକୁଦ ଦୁଇଟି ଗ୍ରାମର ପ୍ରାୟ ତିନିଶହ ଘର, ସ୍କୁଲ, ମନ୍ଦିର, ଦୋକାନ ବଜାର,ରେଳଷ୍ଟେସନ ଆଦି ସ୍ଥାନ ମାନଙ୍କରେ କରୋନାକୁ ମାତ୍ ଦେବାପାଇଁ ନିଜସ୍ବ ପ୍ରଚେଷ୍ଟା ଫଳରେ ସାନିଟାଇଜର କରିଛନ୍ତି। ଜଗତସିଂହପୁର ଜିଲ୍ଲାେରେ କରୋନା ସଂକ୍ରମଣ ଦିନକୁ ଦିନ ବୁଦ୍ଧି ପାଉଥିବା ବେଳେ ଗତ କିଛିଦିନ ତଳେ ପଙ୍କପାଳ ପଞ୍ଚାୟତର ବଣିକୁଦ ଗ୍ରାମରେ କରୋନା ସଂକ୍ରମିତ ଚିହ୍ନଟହୋଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ବଣିକୁଦ ଓ ଢିଅସାହି ଗ୍ରାମ ସହିତ ପଙ୍କପାଳ ଓ ରାହାମା ବଜାରକୁ ସଟ୍ ଡାଉନ କରିଦିଆ ଯାଇଥିଲା। ଜିଲ୍ଲାପ୍ରଶାସନ ତରଫରୁ ସେ ଦୁଇଟି ଗାଁକୁ ସାନିଟାଇଜେସନ କରାଯାଇ ନଥିବା ପରିବର୍ତ୍ତନ ଯୋଧା ଗ୍ରୁପର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ନିଜର ପ୍ରଚେଷ୍ଟା ଫଳରେ ଆଦାମୀ ଦିନରେ ପଙ୍କପାଳ ପଞ୍ଚାୟତର ଜହ୍ନାପାଳ, ପଟୁସାହି, ପହଣା,ପଙ୍କପାଳ ଉପରସାହି ଓ ତଳସାହି ଗ୍ରାମର ବିଭିନ୍ନ ଘର, ମନ୍ଦିର, ସ୍କୁଲ ଘର, ଦୋକାନ ଘର,ପଙ୍କପାଳ ହାଟ ଓ ବଜାରକୁ ପ୍ରତି ତିନି ଦିନରେ ଥରେ ସାନିଟାଇଜେସନର କରିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ପରିବର୍ତ୍ତନ ଯୋଧା ଗ୍ରୁପର ସଦସ୍ୟ ପରମବ୍ରହ୍ମ ରାଉତ କହିଛନ୍ତି। ସାମାଜିକ ଦୂରତା ରକ୍ଷାକରି ପରିବର୍ତ୍ତନ ଯୋଧା ଗ୍ରୁପର ସଦସ୍ୟ ସିଲନ କୁମାର ସାହୁ, ଅମ୍ବିକା ବିଶ୍ବାଳ,ମାନସ ବାରିକ, ନିର୍ଭୟ ମଲ୍ଲ, ପ୍ରସନ୍ନ ରାଉତ, ମାନସ ଛାଟୋଇ,ଲିପୁ ବାରିକ, ସତ୍ୟପ୍ରିୟ ବିଶ୍ବାଳ, ଟୁଲୁ ମନ୍ତ୍ରୀ, ପି ପି ଦେବାଶିଷ ମନ୍ତ୍ରୀ, ଦିବ୍ୟରଞନ ମଲ୍ଲ, ସୁବାସ ବାରିକ, ସୁଭ୍ରଜ୍ୟୋତି ଚୌଧୁରୀ, ସୁଭ୍ରଜ୍ୟୋତି ରାଉତ, ବଣ୍ଟି ପାତ୍ର ଓ ଅନ୍ୟ ସଦସ୍ୟ ମାନେ ଏହି ସାନିଟାଇଜେସନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗର ହାତ ବଢାଇ ଥିଲେ। ପରିବର୍ତ୍ତନ ଯୋଧା ଗ୍ରୁପର ଏଭଳି କାର୍ୟ୍ୟ କୁ ବିଭିନ୍ନ ମହଲରୁ ପ୍ରସଂସା କରାଯାଉଛି।


