ଗଞ୍ଜାମ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନ୍ତି ଦିବସ ପାଳିତ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ଆଜି ଅଗଷ୍ଠ ୯ କ୍ରାନ୍ତି ଦିବସ । ଏହି ଅବସରରେ ଆଜି ସମସ୍ତ ସ୍ୱାଧିନତା ସଂଗ୍ରାମୀ ଓ ସହିଦଙ୍କୁ ମନେ ପକାଉଛନ୍ତି ଦେଶବାସୀ । ସେମାନଙ୍କ ଦେଶ ପ୍ରେମ , ତ୍ୟାଗ ଓ ବଳିଦାନକୁ ମନେପକାଇ ଆଜି ସାରା ଦେଶରେ ସହିଦଙ୍କୁ ସମ୍ମାନ ଜଣାଯିବା ସହ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ସେହିପରି ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡିଶା ପ୍ରଦେଶର ଆହ୍ନାନ କ୍ରମେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ତତ୍ୱାବଧାନରେ ଏବଂ ଜିଲ୍ଲା ଯୁବମୋର୍ଚ୍ଛା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ୱରେ ବ୍ରହ୍ମପୁର ଗାନ୍ଦି ନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ବିଜେପି କର୍ମକର୍ତା ମାନେ ପୁର୍ଷ୍ପମାଲ୍ୟ ଅର୍ପଣ କରିବା ସହ ନିକଟରେ ଥିବା ଉତ୍କଳ ଗୌରବ ମଧୂ ସୂଦନ ଦାସଙ୍କ ସ୍ଥାପିତ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦେଶ ପାଇଁ ଏମାନଙ୍କ ତ୍ୟାଗ ଓ ସଂଗ୍ରାମ ବ୍ୟର୍ଥ ଯିବନି ବୋଲି କର୍ମକର୍ତା ମାନେ ମତ ରଖିଥିଲେ । ପରେ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଥିବା ସହିଦ୍ ଲକ୍ଷ୍ମଣ ନାୟକଙ୍କ ସହିଦ୍ ସ୍ତମ୍ଭରେ ବିଜେପି କର୍ମକର୍ତା ମାନେ ଦୀପ ଜଳାଇ ପୁଷ୍ପମାଲ୍ୟାର୍ପଣ ପୂର୍ବକ ସ୍ୱାଧିନତା ପାଇଁ ଏମାନଙ୍କର ବଳିଦାନକୁ ସ୍ମରଣ କରିଥିଲେ । ପ୍ରତିବର୍ଷ କ୍ରାନ୍ତି ଦିବସ ଉପଲକ୍ଷେ ଯୁବମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବିଜେପିର ବରିଷ୍ଠ ନେତା କାହ୍ନୁ ଚରଣ ପତି,ଏନ.ରାଜେନ୍ଦ୍ର କୁମାର,ଶରତ ସାହୁ,ରାମ କୁମାର ପାତ୍ର,ବିକେଶ ପାଣିଗ୍ରାହୀ,ଏ.କିରଣ କୁମାର,କିରଣ କୁମାର ସାହୁ,ମଧୂ ସୂଦନ ସାହୁ,ଜଗଦିଶ ପ୍ରଧାନ,ଶିବ ନାୟକ,ସୁମିତ ପାତ୍ର,ଚନ୍ଦନ ସାହୁ,କମଲ ପାତ୍ର,ମନୋଜ ମହାରଣା,କେ.ରବି ରାଓ,ମାନସ ରଞ୍ଜନ ଜେନା,ରାଜେନ୍ଦ୍ର କୁମାର,ଅଜୟ ପାତ୍ର,ଜିତେନ୍ଦ୍ର ପାଢୀ,ରାଜେଶ୍ୱର ମହାପାତ୍ର,ସିଦ୍ଧାର୍ଥ ସୁମନ ଦାସ,ମାତା ପ୍ରସାଦ ନାୟକ,ଏସ.କେ ସାଦିକ୍,ଶିବ ପ୍ରସାଦ ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ପ୍ରମୁଖ ଯୋଗ ଦେଇଥିଲେ ।


