ପରିବହନ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ, ତୁଟିଲାନି ଅଡୁଆ ;ଆଶଙ୍କାଗ୍ରସ୍ଥ ଟ୍ରକ ମାଲିକ

ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅଧିନସ୍ଥ ଇନ୍ଦ୍ରାଣି ପଟ୍ଟନାୟକ ଖଣିରୁ ଶ୍ରୀ ଆନ୍‌ଡଲ ଲୋଜିଷ୍ଟିକ ନାମକ ଏକ ପରିବହନକାରୀ ସଂସ୍ଥା ଧାର୍ଯ୍ୟ ମୂଲ୍ୟ ଠାରୁ ପରିବହନ ମୂଲ୍ୟ କମ୍ ଦେଉଥିବା ଅଭିଯୋଗ ନେଇ ଗତ ବୁଧବାର ଇନ୍ଦ୍ରାଣି ପଟ୍ଟନାୟକ ଖଣିକୁ ଯାଇ ଶତାଧିକ ଟ୍ରକ ମାଲିକ ମାନେ ଏହାର ଅଭିଯୋଗ କରିଥିଲେ । ସେଠାରେ ଟ୍ରକ ମାଲିକ ଓ ଆନ୍‌ଡଲ ଲୋଜିଷ୍ଟିକ କର୍ମକର୍ତାଙ୍କ ମଧ୍ୟରେ ଆଲୋଚନା ସମୟରେ ଉତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ପରେ କିଛି ଟ୍ରକ ମାଲିକଙ୍କ ହସ୍ତକ୍ଷେପରେ ଏହାର ଆଲୋଚନା ଶାନ୍ତିପୂର୍ଣ୍ଣଭାବେ ଶୁକ୍ରବାର ଯୋଡାସ୍ଥିତ ଯୋଡା ଟ୍ରକ ଓନର ଆସୋସିଏସନ୍ (ଜେଟିଓଏ) କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଆନ୍‌ଡଲ ଲୋଜିଷ୍ଟିକର ନିର୍ଦେଶକ ଦିଲ୍ଲୀପ ବିଶ୍ୱାଳ ଓ ଶ୍ରୀ କୁମାର ଜେଟିଓଏ କାର୍ଯ୍ୟାଳୟରେ ପହଁଚି ସଂଘର ବରିଷ୍ଠ କର୍ମକର୍ତା ବିନୋଦ ପଟ୍ଟନାୟକ, ରବି ନାରାୟଣ ଦାସ, ସୁଶାନ୍ତ ବାରିକ, ବିଦୁଭୂଷଣ ପଟ୍ଟନାୟକ, ଶୈଳେନ୍ଦ୍ର ଜରା, ସୋଏବ ଖାନ୍‌, ମାତା ଜୟସ୍ୱାଲଙ୍କ ସମେତ ଅନ୍ୟ ଗାଡି ମାଲିକଙ୍କ ସହ ଆଲୋଚନା କରିଥିଲେ । ତେବେ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ପାରାଦୀପ ବନ୍ଦରକୁ ପରିବହନ ମୂଲ୍ୟର କୌଣସି ନିସ୍କର୍ସ ହୋଇପାରିନଥିଲା । କମ୍ପାନୀର ନିର୍ଦ୍ଦେଶକ ବିଶ୍ୱାଳ ଅଠର ଶହ ଟଙ୍କା ପର୍ଯ୍ୟନ୍ତ ଟନ୍ ପିଛା ମୂଲ୍ୟ ନିର୍ଧାରଣ କରିଥିବା ବେଳେ ଟ୍ରକ ମାଲିକ ସଂଘ ପକ୍ଷରୁ ବରିଷ୍ଠ କର୍ମକର୍ତାମାନେ ଏଥିରେ ସହମତି ପ୍ରକାଶ କରିନଥିଲେ । ଟ୍ରକ ମାଲିକଙ୍କ ଯୁକ୍ତି ଥିଲା ଯେ, କେନ୍ଦୁଝର ଠାରୁ ଟନ୍ ପିଛା ପ୍ରାୟ ଏକୋଇଶ ଶହ ଟଙ୍କା ପରିବହନ ମୂଲ୍ୟ ପାରାଦୀପକୁ ଥିବା ବେଳେ ତାଠାରୁ ଦୂରରେ ଅବସ୍ଥିତ ଯୋଡା ଖଣି କ୍ଷେତ୍ରରୁ ପରିବହନ ମୂଲ୍ୟ କମ୍ କିପରି ହେବ । ଏତଦ୍ ବ୍ୟତୀତ ଟ୍ରକ ଗୁଡିକ ପାରଦୀପ ପର୍ଯ୍ୟନ୍ତ ଯିବା ପାଇଁ ଟୋଲ୍ ଗେଟ୍‌ରେ ପ୍ରାୟ ୪ହଜାର ୫ଶହ ଟଙ୍କା ଖର୍ଚ କରୁଛନ୍ତି । ତେଲ, ମୋବିଲ୍ , ଯନ୍ତ୍ରାଂଶ, ଟାୟାର ସମେତ ଡ୍ରାଇଭର ଏବଂ ହେଲପରର ଖର୍ଚ କରିବା ପରେ ଋଣଗ୍ରସ୍ଥ ଟ୍ରକ ମାଲିକ ମାନେ ଋଣ ପରିଶୋଧ କରିବାରେ ଅସମର୍ଥ ହେଉଥିବା ଟ୍ରକ ମାଲିକ ଚିତରଂଜନ ମହାନ୍ତି, ବିଜୁ ଆପଟ୍ଟ, ବିଶ୍ୱ ରଂଜନ ସେଠୀ, ରମେଶ ରାଉତ, ବାପୁନ ବେହେରା, ତାପସ ବେଉରିଆ ପ୍ରମୁଖ କହିଛନ୍ତି । ଏହି ପରିସ୍ଥିତି ଜାରି ରହିଲେ ବହୁ ଯୁବକ ବେକାର ହେବା ସହିତ ଅଂଚଳରେ ମାନ୍ଦା ଅବସ୍ଥା ଦେଖାଯିବ । ତେଣେ ଏହି ଘଟଣାର ଶୀଘ୍ର ସମାଧାନ ନହେଲେ ହିଂସାତ୍ମକ ଆନ୍ଦୋଳନ ହେବାର ଆଶଙ୍କା ଦେଖା ଗଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ