ପରିଶ୍ରମର ଫଳ ପାଇଲେ ହିମାଂଶୁ ;ବିଟେକ୍ ଇଞ୍ଜିନିୟର ରୁ ଓ.ଏ.ଏସ୍
ଗଂଜାମ- ଦୃଢ଼ ମନୋବଳ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇ ବୀଟେକ୍ ଇଞ୍ଜିନୟର ହିମାଂଶୁ ପିଲା ବେଳୁ ଜଣେ ଆଇ.ଏ.ଏସ୍, ଓ.ଏ. ଏସ ସ୍ତରରେ ହେବା ପାଇଁ ମନନିବେଶ କରିବା ପାଇଁ ଚିନ୍ତା କରିଥିବା ହିମାଂଶୁ ଶେଷରେ ସଫଳତା ପାଇଛନ୍ତି ।ଗଂଜାମ ବ୍ଲକର ରାମଗଡ଼ ପଞ୍ଚାୟତର ଆରୁଣପୁର ଗ୍ରାମର ମାତା ତଥା ଅରୁଣପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୌତମୀ ଦାସ,ପିତା ମଦନ ମୋହନ ପଲେଇଙ୍କ ସାନ ପୁଅ ହିମାଂଶୁ ଭୂଷଣ ପଲେଇ ନିଜର ଗ୍ରାମ ପାଲୁର ତାଲୁକା ହାଇସ୍କୁଲରେ ମେଟ୍ରିକ୍ ପପପମସିହାରେ ପାସ୍ କରିଥିଲେ ।ପରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ରେ ବିଜ୍ଞାନ ପାସ୍ କରିବା ପରେ ପାରଳାଖେମୁଣ୍ଟି ଔଓଞଗ ବିଟେକ୍ ଇଞ୍ଜିନିୟରିଙ୍ଗ ପାସ୍ କରିଥିଲେ ।ପରେ କୋରାପୁଟ ସୁନାବେଢା ହାଲ କମ୍ପାନୀରେ ଡେପୁଟି ମ୍ୟାନେଜର ରୂପେ କ।ର୍ଯ୍ୟରତ ଥିଲେ ।ବର୍ତ୍ତମାନ ପ୍ରକାଶିତ ଓ. ଏ. ଏସ୍ ପରୀକ୍ଷାରେ ୭୦ତମ ସ୍ଥାନରେ କୃତି କାର୍ୟ୍ୟରତ ହିମାଂଶୁ ନିଜର ପ୍ରତିକ୍ରିୟାରେ ଏହି ସଫଳତା ପାଇଁ ଭଗବାନଙ୍କ ଆର୍ଶୀବାଦ ବାପା,ମା ଓ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି ।କମ୍ପାନୀରେ ଦିନ ତିନିଟାରେ କ।ର୍ଯ୍ୟ ସରିବା ପରେ ପ୍ରତିଦିନ ଚାରିଟା ରୁ ପାଞ୍ଚଟା ,ସଂଧ୍ୟା ଛ’ରୁ ନଅଟା ଓ ରାତ୍ର ଦଶ ଘଣ୍ଟାରୁ ଘଣ୍ଟେ ପର୍ୟ୍ୟନ୍ତ ନିଜକୁ ପ୍ରସ୍ତୁତ କରୁଥିଲେ ।ଭବିଷ୍ୟତରେ ଆହୁରି ଆଗକୁ ବଢିବା ସହ ଲୋକଙ୍କ ସେବା କରିବା ଲକ୍ଷ୍ୟ ବୋଲି କହିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଗଂଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ,ସରପଞ୍ଚ ବନିତା ପଲାଇ ,ସମିତିସଭ୍ୟ ଝିଲ୍ଲୀ ପଲାଇ ,ଗଂଜାମ ବ୍ଲକ୍ ଶିକ୍ଷକ ସମନ୍ୱୟ ସଂଘ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଛନ୍ତି ।


