ଶତାବ୍ଦୀ ପୁରୁଷ ଖଲି ଗୈାଡଙ୍କ ଜନ୍ମଦିବସ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ମରାଇପାଟ ଗ୍ରାମର ଶତାୟୁ ପୁରୁଷ ଖଲି ଗୈାଡ’ଙ୍କ ୧୦୧ ତମ ଜନ୍ମଦିବସ ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି I ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଆୟୁଵେଦଵିତ୍ ତଥା ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ଗୈାଡଙ୍କ ମହନୀୟତା ବର୍ଣ୍ଣନା କରିଵା ସହ ୧୨୦ ବର୍ଷ ବଞ୍ଚି ରହି ଜୀବନକୁ ସମାଜର କଲ୍ୟାଣ ପାଇଁ ବିନିଯୋଗ ନିମନ୍ତେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ତରଫରୁ ଶ୍ରୀଯୁକ୍ତ ଗୈାଡଙ୍କୁ ଶତ ବାର୍ଷିକୀ ଜନ୍ମଦିନ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଅଭିମନ୍ୟୁ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ରାମଚନ୍ଦ୍ର ଗୈାଡ,ପଞ୍ଚାନନ ଗୈାଡ,ପ୍ରବଚକ ତଥା କଵି ଶିଶିର କାନ୍ତ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ଗୈାଡଙ୍କ ଶତ ବର୍ଷର କାର୍ଯ୍ୟାବଳୀ ବିଷୟରେ ଗଭୀର ଭାବେ ଆଲୋକପାତ କରିଥିଲେ ‌। ଅନ୍ୟ ମାନଙ୍କ ମଧ୍ୟରେ ରାମକୃଷ୍ଣ ପାତ୍ର, ପ୍ରଫୁଲ୍ଲ କୁମାର ବେହେରା, ଇଶ୍ଵର ଚନ୍ଦ୍ର ଗୈାଡ ପ୍ରମୁଖ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଅବସରରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ତରଫରୁ ଶତାବ୍ଦୀ ପୁରୁଷ ଖଲି ଗୈାଡଙ୍କ ଦ୍ବାରା ବରିଷ୍ଠ ନାଗରିକ ଗଣପତି ନାୟକ, ବିଶିଷ୍ଟ ଆଲୋଚକ ରାଜେନ୍ଦ୍ର ପ୍ରସାଦ ଦାସ, ଦାରିଙ୍ଗବାଡିର ସମାଜସେବୀ କୈଳାସ ଚନ୍ଦ୍ର ସାହୁ,ପିତଳର ସୁରେନ୍ଦ୍ର ସାହୁ, କୋରାପୁଟ ତୁନ୍ଦ୍ରାର ସୁଧାଂଶୁ ଶେଖର ପଣ୍ଡାଙ୍କୁ ସମାଜସେବା କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ସମ୍ପାଦକ ଦିବ୍ୟଲୋଚନ ବିଶ୍ବାଳ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପରସୁଲୁଣ୍ଡା ଭଜନ ସନ୍ଧ୍ୟା ଗ୍ରୁପର କଣ୍ଠଶିଳ୍ପୀ ଓ କଳାକାର ମାନେ ଉଚ୍ଚକୋଟୀର ଭଜନ ପରିବେଷଣ କରିଥିଲେ । ପ୍ରାରମ୍ଭରେ ମରାଇପାଟ ଗ୍ରାମର ସର୍କୀର୍ତ୍ତନ ଦଳ ଗ୍ରହଣରେ ଶ୍ରୀଯୁକ୍ତ ଗୈାଡ ଗ୍ରାମ୍ୟ ପରିକ୍ରମା କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ନାତିନାତୁଣୀ,ବନ୍ଧୁ ପରିଜନ ତଥା ଅଞ୍ଚଳବାସୀଙ୍କ ଉପସ୍ଥିତ ରେ ଶ୍ରୀଯୁକ୍ତ ଗୈାଡ କେକ୍ କାଟି ନିଜର ଜନ୍ମଦିବସ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ