ପାଣିରେ ବୁଡି ନାବାଳିକା ମୃତ

ପୋଲସରା, (ଅନିଲ ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ତୁମ୍ବେଶ୍ୱର ସାହିର ରାଜୀବ ସାହୁଙ୍କ ଧର୍ମପତ୍ନୀ ଗାୟତ୍ରୀ ଦେବୀଙ୍କ ସହ ତାଙ୍କ ସାତ ବର୍ଷର ଝିଅ ପାୟଲ ସହ ସକାଳ ସାଢେ଼ ଆଠଟା ବେଳେ ଗ୍ରାମର କୁମ୍ଭାରନୁଣ୍ଡା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ପାୟଲ ବନ୍ଧରେ ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ । ସଙ୍ଗେ ସଙ୍ଗେ ୧୦୮ ଓ ପୋଲସରା ଦମକଳ କେନ୍ଦ୍ରକୁ ଫୋନ କରାଯାଇଥିଲା। ପାୟଲଙ୍କୁ ବନ୍ଧରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ହେଲେ ପାୟଲଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ମେଡ଼ିକାଲରେ ଡାକ୍ତର ପାୟଲଙ୍କ ମୃତ୍ୟୁ ଘୋଷଣା କରିଥିଲେ । ପୋଲସରା ପୋଲିସ ପାୟଲଙ୍କ ମର ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହି ଘଟଣା ପ୍ରଚାର ହେବାପରେ ଚିରିକିପଡା ଶାସନ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ