ଜୁନ 15 ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ମାଛ ଧରିବା ଉପରେ କଟକଣା

ନିମାପଡା (ସନ୍ତୋଷ ଦାଶ ) ପ୍ରତିବର୍ଷ ପରି ଚଳିତ ବର୍ଷ ଏପ୍ରିଲ 15 ତାରିଖ ଠାରୁ ଜୁନ 15 ତାରିଖ ପର୍ଯ୍ୟନ୍ତ 2ମାସ ସମୁଦ୍ର ଉପକୂଳ ଅଂଚଳରେ ମାଛ ଧରିବା /ମାରିବା ଉପରେ ରାଜ୍ୟ ସରକାର କଟକଣା ଜlରି କରିଛନ୍ତି l ପୁରୀ ଜିଲ୍ଲାର ପୁରୀ, କୋଣାର୍କ, ଅସ୍ତରଙ୍ଗ ଉପକୂଳ ଅଂଚଳ ରେ ବି ଏହି କଟକଣା ଜାରି କରାଯାଇଛି l ଏହି ସମୟ ରେ ସମୁଦ୍ର ରେ ଜଳ ଜୀବ ମାନଙ୍କ ଜୀବନ ଚକ୍ର ପ୍ରକ୍ରିୟା ଓ ମାଛମାନଙ୍କ ସଙ୍ଗମ /ମିଳନ ଋତୁ ଚାଲୁ ଥିବାରୁ ମାଛ ବଂଶ ବୃଦ୍ଧି ପାଇଁ ସରକାର ଆଜକୁ 10ବର୍ଷ ହେବ ଏହି କଟକଣା ଲଗାଇ ଆସୁଛନ୍ତି ବୋଲି କହିଛନ୍ତି ମ‌ତ୍ସ୍ୟ ବିଶେଷଜ୍ଞ ପ୍ରକାଶ କୁମାର ତ୍ରିପାଠୀ l ତେବେ ଏହି ସମୟରେ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେଉଥିବା ମତ୍ସଜୀବି ମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ନିୟମ ରହିଥିବାବେଳେ ଏହାକୁ ମତ୍ସ ବିଭାଗ ଠିକ ଭାବେ କାର୍ଯ୍ୟକାରୀ କରୁନଥିବା ବହୁମତ୍ସଜୀବି ଅଭିଯୋଗ କରୁଛନ୍ତି l ଏଦିଗରେ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ପୂର୍ବତନ ସରପଞ୍ଚ ସଞ୍ଜୟ ପାତ୍ର ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ