ପାନୀୟଜଳ ପ୍ରକଳ୍ପ ସ୍ଥାନାନ୍ତର ଦାବି

ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭୋଗସାଳଦା ପଞ୍ଚାୟତ ଝାଂମ୍ପୁଲାକୁଦ ଗ୍ରାମରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ ହେବ ୧୫ ରୁ ଉର୍ଦ୍ଧ୍ବ ଦଳିତ ପରିବାର ଘର କରି ଚଳି ଆସୁଛନ୍ତି । ଏହି ଦଳିତ ପରିବାର ଘର ଆଗରେ ଥିବା ସରକାରୀ ଜାଗାରେ ରାସ୍ତା କରି ଦୀର୍ଘଦିନ ହେଲା ଯାତାୟାତ କରୁଛନ୍ତି । ଏହି ସରକାରୀ ଜମି ରେ ସରକାର ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ସ୍ଥିର କରିଥିବାରୁ ଜିଲ୍ଲା ଦଳିତସଂଘ ଏହାକୁ ବିରୋଧ କରି ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପ କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଡ଼ାକି ଦାବି କରିଛନ୍ତି । ଦଳିତସଂଘ ନେତା ଲକ୍ଷ୍ମୀପ୍ରିୟା ବେହେରା, ଗୀତାରାଣୀ ମଲିକ, ଉର୍ମିଳାବେହେରା, ପୁଷ୍ପଲତା ସେଠୀ, କୁନିସେଠୀ, ମମତା ବେହେରା ପ୍ରମୁଖ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ପଞ୍ଚାୟତ ର ଅନ୍ୟ ସ୍ଥାନ ରେ ସରକାରୀ ଜମିଥିବାବେଳେ ଜାଣିଶୁଣି ସ୍ଥାନୀୟ ପ୍ରଶାସନ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଏହି ସ୍ଥାନ ରେ ପ୍ରକଳ୍ପ ନିର୍ମାଣ କରିବାକୁ ସ୍ଥିର କରି ରାସ୍ତା ଉଚ୍ଛେଦ ପାଇଁ ସ୍ଥାନୀୟ ତହସିଲଦାର ନୋଟିସ ଜାରି କରିଛନ୍ତି । ଏଠାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହିତ ଦଳିତ ପରିବାର ଘର ବାଟ ଉଛେଦ କାର୍ଯ୍ୟ କୁ ବନ୍ଦ କରାଯାଉ ନଚେତ ଆଗାମୀ ଦିନରେ ଦଳିତ ରାଜ୍ୟସଂଘ ରାଜ ରାସ୍ତାକୁ ଓଲ୍ହାଇବା ସହିତ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ କୁଶପୁତଳିକା ଦାହ କରିବା ସହିତ ନିମାପଡା ତହସିଲଦାର ଙ୍କ ନାମରେ ଏସି / ଏସ ଟି ଦଫା ଲଗାଇବୁ ବୋଲି ବୋଲି ରାଜ୍ୟ ଦଳିତ ସଭାପତି ବିଜୟ କୁମାର ସେଠୀ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ