ମାନ୍ୟବର ମନ୍ତ୍ରୀ ଅଳକା ଖନନ କାର୍ଯ୍ୟ ବୁଲି ଦେଖିଲେ

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ସୂଚନା ଲୋକସଂପର୍କ ଓ ଜଳସଂପଦ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ବାଲିକୁଦାର ଐତିହ୍ୟ ଅଳକା ନଦୀ ଖନନ କାର୍ଯ୍ୟ ବୁଲି ଦଖିଛନ୍ତି। ପ୍ରକାଶ ଥାଉକି ଅଳକା ନଦୀ ଅତୀତରେ ରତ୍ନ ଗର୍ଭା ଅଳକା ଭାବେ ସୁପରିଚିତା ଥିଲା। ଯାହାର ବକ୍ଷରେ ନୌବାଣିଜ୍ୟ ହେଉଥିବାର ଅନେକ କିମ୍ବଦନ୍ତୀ ଶୁଣାଯାଏ । ଦିନଥିଲା ଅଳକା ନଦୀ ଜଗତସିଂହପୁର ଜିଲ୍ଲାର ବନ୍ଦନୀୟା ଥିଲା। ହେଲେ ଆଜି ସେହି ଅଳକା ମୃତା । ଯାହାକୁ ନେଇ ସାରା ରାଜ୍ୟ ବାସୀ ଚିନ୍ତିତ ଅଟନ୍ତି। ଅଳକାର ଉପର ମୁଣ୍ଡ ଅର୍ଥାତ ଜଗତସିଂହପୁର ଠାରେ ରତ୍ନ ଗର୍ଭା ଅଳକା ଗର୍ଭରେ ଲୋକେ ସୁନ୍ଦର ଅଟ୍ଟାଳିକା ନିର୍ମାଣ କରିବା ଘଟଣା ସମ୍ପର୍କରେ ଖବର ଆସୁଛି । ଅଳକା ନଦୀର ପୁନରୁଦ୍ଧାର ପାଇଁ ଅନେକ ଆନ୍ଦୋଳନ ଘଟିଯାଇଛି । ବିଧାନ ସଭାଠାରୁ ଆରମ୍ଭ କରି ମହାମହିମ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଅଳକା ବଂଚାଅ ସମସ୍ୟା ପ୍ରତିଧ୍ବନିତ ହୋଇଥିଲା। ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରି ସମସ୍ୟା ସମାଧାନ ନିମନ୍ତେ ଅଣ୍ଟାଭିଡିଛନ୍ତି । ଏବେ ଅଳକା ନଦୀର ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ମନ୍ତ୍ରୀ ମହୋଦୟ ଏହି କାର୍ଯ୍ୟକୁ ବିଭାଗୀୟ କର୍ମଚାରୀଙ୍କ ସହବୁଲି ଦେଖିଛନ୍ତି। ଅନ୍ୟ ମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଯୁବ ନେତା ଶ୍ରୀକାନ୍ତ ଦାସ, ଜିଲ୍ଲା ପରିଷଦ ସଭ୍ୟ ଜଟାଧାରି ଦାସ ପ୍ରଭୃତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ