ପାନୀୟ ଜଳ ପାଇଁ ଗ୍ରାମବାସି ହନ୍ତସନ୍ତ

ନୀଳଗିରି,(ୱାଏନଏସ):ନୀଳଗିରି ବ୍ଲକ ବେଗୁନିଆ ପଞ୍ଚାୟତର ବେଗୁନିଆ ଗାଁରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ଏଠାରେ ୫ଟି ନଳକୂପ ସହ ଗୋଟିଏ ବେଗୁନିଆ ୱାଟର ସପ୍ଲାଏ ଚାଲୁ ରହିଛି। ପୂର୍ବରୁ ଏହି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଅଭିଯୋଗ ହେଉଥିବା ବେଳେ ଗତ ଦଶ ଦିନ ପୂର୍ବରୁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ପାଣିକୁ ନେଇ ପରୀକ୍ଷା ପରେ ସେଠାରେ ବାହାରୁ ଥିବା ପାଣି ଫ୍ଲୋରାଇଡଯୁକ୍ତ ହୋଇଥିବାରୁ ନଳକୂପ ସହ ୱାଟର ସପ୍ଲାୟକୁ ବନ୍ଦ କରିଦେଇଥିଲେ। ତେବେ ଉକ୍ତ ପଞ୍ଚାୟତରେ ଗତ କିଛି ମାସ ପୂର୍ବରୁ ଜଣେ କିଡନି ରୋଗରେ ମୃତ୍ଯ ହୋଇଥିବା ବେଳେ ଏବେ ପାଞ୍ଚଜଣ ଚିକିତ୍ସା ହେଉଥିବାର ଶୁଣିବାକୁ ମିଳେ। ନଳକୂପ ୱାଟର ସପ୍ଲାୟର ଜଳ ଫ୍ଲୋରାଇଡ ରହିଥିଲେ ହେଁ ୱାଟର ସପ୍ଲାଏକୁ ବନ୍ଦ ଥିବାରୁ ପାନୀୟ ଜଳ ସମସ୍ୟାକୁ ନେଇ ଗତ ରବିବାର ବେଗୁନିଆ ଛକରେ ସେଠାକାର ମହିଳା ଓ ପୁରୁଷ ମାନେ ଆସି ହାତରେ ହାଣ୍ଡି ଡେକଚି, ବାଲ୍ଟି ଧରି ଧାରଣା ଦେଇଥିଲେ। ଘଟଣା ସ୍ଥଳରେ ପୁର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ପହଞ୍ଚି ଘଟଣା ସମ୍ବନ୍ଧରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ଦୃଷ୍ଟିଗୋଚର କରିଥିଲେ। ଜିଲ୍ଲାପାଳ ପାନୀୟଜଳ ସମସ୍ୟା ଓ ସମାଧାନ ସମ୍ପର୍କରେ ସୂଚନା ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୋମବାର ଟେଙ୍କର ଯୋଗେ ପାଣି ଯୋଗାଇ ଥିବାର ସୁଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ