ପାରଳାରେ ଡ୍ରେନେଜ୍ ସମସ୍ୟା ନେଇ ପୂର୍ଭ ବିଭାଗ କାର୍ଯ୍ୟାଳୟ ଘେରାଉ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ଡ୍ରେନେଜ୍ ବ୍ୟବସ୍ଥାର ସ୍ଥାୟୀ ସମାଧାନ ଦାବି କରି ହେବା ସହ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ଯୁବଗୋଷ୍ଠୀ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଘେରଉ କରିଛନ୍ତି। ପାରଳାଖେମୁଣ୍ଡି ପୌରପରିଷଦରେ ଡ୍ରେନେଜ୍ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥ୍ବାରୁ ସାମାନ୍ୟ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ସହ ଜଳ ନିଷ୍କାସନରେ ବାଧା ଉପୁଜୁଛି। ଏଥିଯୋଗୁଁ ସହରର ତଳିଆ ଅଞ୍ଚଳ ୱାର୍ଡ ର୍ଡ ନମ୍ବର ୩ ଓ ୪ ସହ ଅନ୍ୟାନ୍ୟ ସାହି ବସ୍ତି ବସ୍ତିରେ ବର୍ଷା ପାଣି ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ରାସ୍ତା ଉପରେ ଜମାଟ ବାନ୍ଧିବା ସହ ଲୋକଙ୍କ ଘର ଭିତରକୁ ଦୂଷିତ ପାଣି ପଶୁଛି। ଏନେଇ କିଛି ଦିନ ପୂର୍ବେ ଶ୍ରୀ ପ୍ରଧାନଙ୍କ ନେତୃତ୍ବରେଯୁବଗୋଷ୍ଠୀ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟରେ ପ୍ରତିବାଦ କରିବା ସହ ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା ଓ ନୂତନ ଡ୍ରେନ୍ ନିର୍ମାଣ କରିବାକୁ ଦାବି କରିଥିଲେ। ସେତେବେଳେ ପୌରପରିଷଦ କର୍ତ୍ତୃପକ୍ଷ ଡ୍ରେନେଜ୍ ନିର୍ମାଣ ନିମନ୍ତେ ୨୦୧୨ ମସିହାରୁ ପୂର୍ବ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ଅଭିଯୋଗକାରୀଙ୍କୁ ଚିଠି ଏନେଇ ନଇ ଶ୍ରୀ ପ୍ରଧାନଙ୍କ ନଖାଇଥିଲେ । ନେତୃତ୍ବରେ ଯୁବଗୋଷ୍ଠୀ ପାରଳାଖେମୁଣ୍ଡିସ୍ଥିତ ଗଜପତି ଜିଲ୍ଲା ପୂର୍ବ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଡ୍ରେନ୍ ନିର୍ମାଣ କରିବାକୁ ଦାବି କରିଥିଲେ| ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ ସାମଲ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ | ଆଗାମୀ ଦିନରେ ସହରର ଡ୍ରେନେଜ୍ ବ୍ୟବସ୍ଥାର ସ୍ଥାୟୀ ସମାଧାନ ନ ହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।


