ପାରଳା ନେହୁରୁ ଜକ୍ସନ ରେ କାଳୀପୂଜା ମହାସମାରୋହରେ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ନେହୁରୁ ଜକ୍ସନ ଠାରେ ୪୭ ତମ କାଳୀପୂଜା ଚଳିତ ବର୍ଷ ମହାସମାରୋହରେ ଆରମ୍ଭ ହୋଇଯାଇଅଛି. ଗତକାଲି ଠାରୁ ଆରମ୍ଭ ହୋଇଥିବା କାଳୀପୂଜା ଆଗାମୀ ୧୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ. ଚଳିତ ବର୍ଷ ଅତ୍ୟନ୍ତ ଜାକ ଯାକମରେ କାଳୀପୂଜାକୁ ଆୟୋଜନ କରାଯାଇଅଛି. କାଳୀପୂଜା କମିଟିର ସଭାପତି ଭାରତ ଭୂଷଣ ମହାନ୍ତି, ଅଶୋକ ଗନ୍ତାୟତ – ଉପସଭାପତି ତନୋଜ କୁମାର ପଟନାୟକ -କୋଷଦକ୍ଷ, ମନୋଜ ପଟନାୟକ ପ୍ରନୋଜ ପଟନାୟକ ପ୍ରଶାନ୍ତ ପାତ୍ର ଫିରୋଜ ପଟନାୟକ ଓ଼ ସାଥୀ ମା କଂ ସଜସଜ୍ଜା ବଳରାମ ନାୟକ ମଝିଆ ସ୍ଵାର
ସରୋଜ ଗନ୍ତାୟତ ସଞ୍ଜୟ କୁମାର ପଟନାୟକ ଚିନ୍ମୟ ରଂଜନ ପଟନାୟକ ବୁଲୁପାଢୀ ରୟାଲ ଗାୟସର ସଭ୍ୟମାନେ ଓ ମା ଶ୍ୟାମା କାଳୀ ପୁଜା କମିଟିର ଅନ୍ୟାନ୍ୟ ସଭ୍ୟମାନେ ଜଣାଇଛନ୍ତି ଗତ ୪୬ ବର୍ଷ ଧରି ଗଜପତି ଜିଲ୍ଲାର ଏକମାତ୍ର କାଳୀପୂଜା ଏଠାରେ ପାଳିତ ହୋଇଆସୁ ଅଛି. ପ୍ରତେକ ଦିନ ଅତ୍ୟନ୍ତ ଭକ୍ତିପୂତ ଭାବେ ମା କାଳୀଙ୍କ ଯଜ୍ଞ ପୂଜା ପାଠ ଆଦି ସହ ପ୍ରତେକ ଦିନ ରାତ୍ରରେ ମାତ୍ର ଗୋଟିଏ ବେଳା ଅନ୍ନ ପ୍ରସାଦ ଭୋଗ ଲଗା ଯାଉଛି. ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ମହା ସମାରୋହରେ ପୂଜା ଚାଲୁ ରହିଛି.


