ପାରଳା ବସ୍ ସ୍ଟାଣ୍ତର ବିବିଧ ସମସ୍ୟା

ପାରଳାଖେମୁଣ୍ତି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ତି ବସ୍ ସ୍ଟାଣ୍ତ ଯଦିଓ ଜନସାଧାରଣଂକ ଅସୁବିଧା ଦୂର କରିଛି ତଥାପି ମୁଖ୍ୟ ସମସ୍ୟାଗୁଡିକ ଯାତ୍ରୀ ତଥା ଜନସାଧାରଣଂକୁ ଅାହୁରି ଜଟିଳ ସମସ୍ୟା ସ୍ରୁଷ୍ଟି କରିଛିା ବେସରକାରୀ ବସ୍ ସଂଘର ସଭାପତି ନରସିଂହ ବାବୁଂକ ମତ ଅନୁସାରେ ସାମାନ୍ୟ ସେବାରୁ ଦୂରଦୂରାନ୍ତରୁ ଅାସୁଥିବା ଯାତ୍ରୀମାନେ ବହୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତିା ପାନୀୟ ଜଳ ସମସ୍ୟାର ନିରାକରଣ ଦିଗରେ ଯଦିଓ ଅକ୍ବୁଅ ଯନ୍ତ୍ର ସ୍ଥାପିତ କରାଯାଇଛି ତଥାପି ତାର ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇପାରୁନାହିଁା ପ୍ରଥମ ବିଶ୍ରାମ ସ୍ଥଳୀ ନିକଟରେ ଯଦିଓ ଶୌଚାଳୟ ନିର୍ମାଣ ହୋଇଛି ତାହା ପ୍ରାୟତଃ ତାଲା ପଡୁଛିାନିର୍ମାଣ କରାଯାଇଥିବା ଦୋକାନ ଗୁଡିକ ମଧ୍ୟରୁ ବହୁ ଦୋକାନ ଖୋଲାଯାଇନଥିବାରୁ ସେଠାରେ ଦୂଷିତ ପରିମଳ ବ୍ୟବସ୍ଥାଲକ୍ଷ କରାଯାଉଛିା ଶୌଚାଳୟ କାର୍ଯ୍ୟକ୍ଷମ ଅଭାବରୁ ଅାହାରକେନ୍ଦ୍ର ନିକଟରେ ଥିବା ନିର୍ମିତ ବନ୍ଦ ଦୋକାନ ଗୁଡିକ ନିକଟରେ ଦୂଷିତ ପରିବେଶ ସ୍ରୁଷ୍ଟି କରିଛିାସେଠାରେ ପରିଶ୍ରାକରି ଦୂଷିତ ପରିଦେଶ ସ୍ରୁଷ୍ଟି କରିବାପାଇଁ ଯାତ୍ରୀ ତଥା ଜନସାଧାରଣ ପଛାଉନାହାନ୍ତିା ଦୋକାନଗୁଡିକ ରେଜିଷ୍ଟ୍ରିଭୂକ୍ତ ବ୍ୟବସାୟୀଂକୁ ତୁରନ୍ତ ହସ୍ତାନ୍ତର କରିବାପାଇଁ ଦାବୀ ହେଉଛିା ଦ୍ବିତୀୟ ବିଶ୍ରାମାଗାର ସମ୍ମୁଖରେ ଫେରନ୍ତା ବସ୍ ସବୁ ରହିବା ଫଳରେ ତାପଛରେ ଥିବା ଦୋକାନୀମାନଂକ ବ୍ୟବସାୟ ବାଧାପ୍ରାପ୍ତ ହେଉଛିା ପୋଲିସ ଅାଉଟପୋଷ୍ଟ ଥିଲେ ସୁଦ୍ଧା ଯାତ୍ରୀମାନଂକ ସୁରକ୍ଷା ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛିାପରିମଳ ସ୍ବଚ୍ଛତା ଦିଗରେ ଅବହେଳା ଲକ୍ଷ୍ୟ କରାଯାଉଛି କିମ୍ବା ସେଦିଗରେ ପୌରପାଳିକା କର୍ମକର୍ତ୍ତାଂକ ନିରୀକ୍ଷଣ ଦାୟୀତ୍ବ ରହୁନାହିଁ | ଏସବୁ ବିବିଧ ସମସ୍ୟା ମୁଖ୍ୟତଃ ବିଶୁଦ୍ଧ ପାନୀୟ ଜଳଯୋଗାଣ, ଶୌଚାଳୟର ପରିଚାଳନା,ପରିମଳ ବ୍ୟବସ୍ଥାରେ ଉନ୍ନତିକରଣ ଏବଂ ନିର୍ମିତ ଦୋକାନ ଗୁଡିକୂ ତୁରନ୍ତ ରେଜିଷ୍ଟ୍ରିଭୂକ୍ତ ବ୍ୟବସାୟୀମାନଂକୁ ତୁରନ୍ତ ହସ୍ତାନ୍ତର କରିବାପାଇଁ ନରସିଂହବାବୁ ଜିଲ୍ଲା ତଥା ପାରଳାଖେମୁଣ୍ତି ପୌର ପ୍ରଶାସନ ନିକଟବେ ଦାବୀ କରିଛନ୍ତିା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ