ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତାରେ ଭାଗନେବାକୁ ଗଜପତିରୁ ୧୦ଜଣିଆ ଟିମ୍‌ଙ୍କ ଚଣ୍ଡିଗଡ ଯାତ୍ରା,ବିଧାୟକଙ୍କ ଶୁଭେଚ୍ଛା ।

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାରଳାଖେମୁଣ୍ଡିରୁ ଏକ ୧୦ଜଣିଆ ଟିମ୍ ଗତକାଲି ଚଣ୍ଡିଗଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ତରଫରୁ ଫେବୃୟାରୀ ୨ୟ ସପ୍ତାହରେ ଚଣ୍ଡିଗଡ ଠାରେ ୨୭ତମ ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତା ଆୟୋଜନ ହେଉଛି । ଏଥିରେ ଗଜପତି ଜିଲ୍ଲାର ୧୦ଜଣ ଯୁବକ ବିଭିନ୍ନ ବିଭାଗରେ ନିଜ ନିଜର ଦୁଃସାହସିକ କ୍ରୀଡା କୌଶଳ ପ୍ରଦର୍ଶନ କରିବେ । ପାରଳା ବିଧାୟକ କେ.ନାରାୟଣ ରାଓ ଏହି ୧୦ଜଣିଆ ଟିମ୍‌କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସହ ଦୁଃସାହସିକ କ୍ରୀଡାରେ ସଫଳ ହୋଇ ଗଜପତି ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଓ ସମ୍ମାନର କାରଣ ହୁଅନ୍ତୁ ବୋଲି ପ୍ରକାଶ କରି ଚଣ୍ଡିଗଡ ଯାତ୍ରାର ସଫଳ କାମନା କରି ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ