ପାଲା ସାହିତ୍ୟ ସଂସ୍କୃତି ପରିଷଦର ପ୍ରସ୍ତୁତି ବୈଠକ
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଉତ୍କଳ କେଶରୀ ମହତାବ ପାଲା ସାହିତ୍ୟ ସଂସ୍କୃତି ପରିଷଦର ୨୯ତମ ବାର୍ଷିକ ଉତ୍ସବ ପାଳନ ନେଇ କାଳୀ ପଡିଆ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ପିତାମ୍ବର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ବ୍ୟାଙ୍କ ପରିଚାଳକ ରତ୍ନାକର ଦାଶ, ଅନନ୍ତ ମହାପାତ୍ର, ମଧୁସୂଦନ ସେଠୀ, ରଘୁନାଥ ଦାସ, ନିତ୍ୟାନନ୍ଦ ଜେନା, ରବିନ୍ଦ୍ର ବରାଳ, ମାଧବାନନ୍ଦ ବେହେରା, ହୃଷିକେଶ ଗିହା, ନାରାୟଣ ସେଠୀ, ଶ୍ରୀକାନ୍ତ ପଣ୍ଡା, ଗୌରାଙ୍ଗ ଦାସ, ଦୈତାରୀ ପତି, ମାୟାଧର ମଳିକ, ବାବାଜି ଚରଣ ରାଉତ, ଅନିମା ରାଉତ, ନରେନ୍ଦ୍ର ଜେନା, ଏକାଦଶୀ ସେଠୀ, ଅଭିମନ୍ୟୁ ରାଉତ, କୈଳାସ ବେହେରାର, ଭରତ ପାଣିଗ୍ରାହୀ, ଭାସ୍କର ଚନ୍ଦ୍ର ମିଶ୍ର, ବିଷ୍ଣୁ ମୋହନ ପଣ୍ଡା, ଶରତ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ମାର୍ଚ୍ଚ ୭ ଓ ୮ ତାରିଖ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ସଂପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ୪ଟି ଦଳ ପାଲା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଥିଲା ।


