ବାଲିପଦରରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଞ୍ଜାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବି ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ବାଲିପଦର ଶାଖା ପରିଚାଲିକା ରଶ୍ମିତା କୁମାରୀ ସାହୁ,ମୁଖ୍ୟବକ୍ତା ଭାବେ ଇଂ ଏ ସର୍ଭିସି ଆଚାରୀ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଓ ଅଧ୍ୟାପିକା ସ୍ମିତାରାଣୀ ସାହୁ ଯୋଗ ଦେଇଥିଲେ।ମାଷ୍ଟର ଟ୍ରେନର ଭାବେ ସଂଗୀତା ଓ ଶିବାନୀ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମା ସୁରକ୍ଷା ତାଲିମ ପ୍ରଦାନ କରିଥିଲେ। ସଂଯୋଜିକା ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ କାର‌୍ୟ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ