୫୫ନମ୍ବର ଜୋନ ସ୍ତରୀୟ କର୍ମି ସମ୍ମିଳନୀ ଓ ମିଶ୍ରଣ ପର୍ବ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀର ୫୫ନମ୍ବର ଜୋନର ବିଜେଡିର କର୍ମି ସମ୍ମିଳନୀ ଓ ମିଶ୍ରଣ ପର୍ବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସାରସକଣା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ଆଇଟି ସେଲ ଅଧ୍ୟକ୍ଷ ସୁବ୍ରତ ଛାଟୋଇ, ସାରସକଣା କୋ ଅଵଜରଭର ବିଜୟ ସାହୁ, ସଦର ଜିଲ୍ଲା ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ରାମଚନ୍ଦ୍ର ମୁର୍ମୁ, ବରିଷ଼୍ଠ ବିଜେଡି ନେତା ଅମରେନ୍ର କର, ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ଅବଜରଭର ରତିକାନ୍ତ ପରୀକ୍ଷା, ସଦର ଜିଲ୍ଲା ଯୁବ ବିଜେଡି ସଭାପତି ଅଭିଷେକ ପଟନାୟକ, ସଦର ଜିଲ୍ଲା ମହିଳା ନେତ୍ରୀ ତନୁଜା ମହାନ୍ତ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସଂପାଦକ ଗଣେଶ ମିଶ୍ର,ଦୀପକ ମିଶ୍ର, ପ୍ରଭାକର ପରିଡା, ପରମେଶ୍ଵର ବେହେରା, ଜିଲ୍ଲା ଯୁବ ବିଜେଡି ଉପସଭାପତି ସ୍ନେହାଶୀଷ ହୋତା, ପ୍ରମୁଖ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ । ଦଳର ନେତୃବୃନ୍ଦ ଚିର ବନ୍ୟା, ମରୁଡି ପ୍ରପୀଡିତ ଓଡିଶାର ବିକାଶ ପାଇଁ ନବୀନ ସରକାରଙ୍କର ପ୍ରତିବଦ୍ଧତା ରହିଛି । ଓଡିଶା ଏକ ବିକଶିତ ରାଜ୍ୟ ହେବାକୁ ଯାଉଛି । ଶତାଧିକ ଯୋଜନା କରି ଓଡିଶାର ଲୋକଙ୍କୁ ଅଭାବୀ ଯନ୍ତ୍ରଣା ମୁଖ ଜୀବନରୁ ମୁକ୍ତି କରୁଛନ୍ତି । ମିଶନ ଶକ୍ତି, ଜଳ ଶକ୍ତି, କୃଷି ଯୋଜନା, ଶ୍ରମ କଲ୍ୟାଣ ଯୋଜନା, ହକର ଯୋଜନା, ଦିବ୍ୟାଙ୍ଗ ଯୋଜନା, ମେଡିକାଲ କଲେଜ ପ୍ରତିଷ୍ଠା, ବିଶ୍ୱ ହକି ଅପ୍ ଆୟୋଜନ କରି ସାରା ବିଶ୍ୱରେ ଓଡିଶାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା, ମନ୍ଦିର ପୁନର୍ବିନ୍ୟାସ, ପୁରୀ, କୋଣାର୍କ ଲିଙ୍ଗରାଜ ଏବଂଵିଭିନ୍ନ ଜଗନ୍ନାଥ ମନ୍ଦିର ଦେବୀପୀଠର ଉନ୍ନତିକରଣ, ଶିକ୍ଷାନୁଷ୍ଠାନର ରୂପାନ୍ତକରଣ, ମେଡିକାଲର ଭିତ୍ତିଭୂମି ସୁଦୃଢ, ଗମନା ଗମନ ବିକାଶ, ଘରକୁ ଘର ବିଜୁଳି, ପାଣି ପହଞ୍ଚ ଭଳି ଵହୁ ଯୋଜନା ପ୍ରଣୟନ କରି ଗରୀବଙ୍ଠ ନିକଟତର ହୋଇଛନ୍ତି ଵୋଲି ବକ୍ତବ୍ୟ ରଖିଥିଲେ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମସ୍ତ ବିଜୁପ୍ରେମୀ ଏକାଠି ହୋଇ ବିଜେଡିକୁ ଜିତାଇବା ପାଇଁ ସଙ୍କଳ୍ପ ଵୋଧ ହୋଇଥିଲେ । ଏହି କାର୍ମି ସମ୍ମିଳନୀରେ ବିଭିନ୍ନ ଦଳରୁ ଆସି ବିଜେଡିରେ ସାମିଲ ହୋଇଥିଲେ । ଦଳ ତରଫରୁ ସେମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।


