ଶିକ୍ଷାବିତଙ୍କ ସ୍ମୃତିଚାରଣ ସଭା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଶାରଦା ବିଦ୍ୟାମନ୍ଦିର ଠାରେ ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ସାମଲଙ୍କ ସ୍ମୃତିଚାରଣ ସଭା ପ୍ରଧାନଶିକ୍ଷକ ଶରତଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ନରହରି ମହାନ୍ତି, ଲକ୍ଷ୍ମୀଧର ନାୟକ, ଅଧ୍ୟାପକ ଭରତ ଚନ୍ଦ୍ର କରଣ, କ୍ଷୀରୋଦ ସାମଲ, ଗୁରୁଚରଣ ସାମଲ, ଘନଶ୍ୟାମ ସ୍ୱାଇଁ, ଉପେନ୍ଦ୍ର ପରିଡା,ରମାକାନ୍ତ ପରିଡା, ମୁରଲୀଧର ଦାସ, କେଶବ ଚନ୍ଦ୍ର ସେଠୀ, ସସ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାମଲଙ୍କ ଜୀବନବ୍ୟାପୀ ସାଧନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷାବିତ ପବନ କୁମାର ନାୟକ ଅତିଥିପରିଚୟ ପ୍ରଦାନ ଓ ଅଧ୍ୟାପକ ଅନାଦି ସାହୁ ଧନ୍ୟବାଦ ଦେଇଥିଲେ । ସେହିଭଳି ବେଲଗଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ତମ୍ବକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ ସବା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାକ୍ତନ ଛାତ୍ର ତଥା ସମାଜସେବୀ ବଦ୍ରୀନାରାୟଣ ଧଳ ଯୋଗଦେଇ ସ୍ୱର୍ଗତ ସାମଲଙ୍କ ଶିକ୍ଷକତା ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ଭଣ୍ଡାରିପୋଖରୀ ମାଟି ଜଣେ ଆଦର୍ଶ ଶିକ୍ଷାବିତ ତଥା ସୁସାହିତ୍ୟିକଙ୍କୁ ହରାଇଥିବା ଶ୍ରୀଧଳ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ଧଳ, ମୁକୁନ୍ଦ ରାଉତ, ପ୍ରଧାନଶିକ୍ଷୟତ୍ରୀ ପଦ୍ମିନୀ ବଳ, କବିତା ସାମଲ ପ୍ରମୁଖ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମକୁ ଗିରିଜା ମହାପାତ୍ର, ବିଜୟ ନାୟକ, ଦେବେନ୍ଦ୍ର ଜେନା, ଆର୍ତ୍ତବନ୍ଧୁ ଧଳ, ବିଦ୍ୟାଧର ସାମଲ, ଦିଲ୍ଲୀପ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ