ପୁଲିଂ ପାର୍ଟି ନେଇ ଫେରୁଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ତୃତୀୟ ପର୍ଯ୍ୟାୟରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ସମାପନ ପରେ ବ୍ଲକର ୧୦, ୧୧ ଓ ୧୨ନମ୍ବର ୩ଗୋଟି ବୁଥର ୧୪ରୁ ଉର୍ଦ୍ଧ ପୁଲିଂ କର୍ମଚାରୀ ଏକ ସ୍ୱତନ୍ତ୍ର ବସ ଯୋଗେ ଫେରୁଥିବା ବେଳେ ଏହି ବ୍ଲକର ଏଙ୍ଗାରସିଂ ପଞ୍ଚାୟତର ସାନସଡା ନୂଆସାହି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏଥିରେ କାହାରି କିଛି କ୍ଷତି ପହଞ୍ଚି ନ ଥିବା ବେଳେ ୩ଗୋଟି ବୁଥର ବ୍ୟାଲଟ ବକ୍ସ ଓ ନିର୍ବ।।ଚନ ସାମଗ୍ରୀ ସୁରକ୍ଷିତ ରହିଥିଲା । ଏହି ଖବର ରାୟଗଡ ବ୍ଲକ ପ୍ରଶାସନ ଠାରେ ପହଞ୍ଚିବା ପରେ ତୁରନ୍ତ ଏକ ସ୍ୱତନ୍ତ୍ର ଗାଡି ଦୁରଘଟଣା ସ୍ଥଳକୁ ପଠାଯାଇ ଏହି ୧୪ରୁ ଉର୍ଦ୍ଧ ପୁଲିଂ କର୍ମଚାରୀଙ୍କ ସମେତ ବ୍ୟାଲେଟ ବକ୍ସ ଓ ନିର୍ବାଚନ ସାମଗ୍ରୀକୁ ସୁରକ୍ଷିତ ଭାବେ ନେଇ ରାୟଗଡ ବ୍ଲକ ସଦର ମହକୁମା ରାୟଗଡ ଠାରେ ପହଞ୍ଚିଥିବାର ଜଣାପଡିଛି ।


