ବିଭିନ୍ନ ସମସ୍ୟା ନେଇ ସଂଖ୍ୟାଲଘୁ ସଂପ୍ରଦାୟର ମୁଖିଆମାନଙ୍କ ଆଲୋଚନା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ୧୨ରୁ ଉର୍ଦ୍ଧ୍ବ ମୌଜାରେ ସଂଖ୍ୟାଲଘୁ ମୁସଲିମ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । ସେମାନେ ବହୁ ମୌଳିକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଯଥା ଗ୍ରାମ ରାସ୍ତା,ପିଇବା ପାଣି, ଶିକ୍ଷାନୁଷ୍ଠାନରେ ଉର୍ଧୁ ଶିକ୍ଷକ ନିଯୁକ୍ତି, ବିଜୁଳି, ଖବର ସ୍ଥାନ ପାଚେରୀ ଏବଂ ରାସ୍ତା, ମସଜିଦକୁ ରାସ୍ତା ଓ ପାଚେରୀ ନିର୍ମାଣ । ଏହା ସେମାନଙ୍କର ଦିର୍ଘ ବର୍ଷର ସମସ୍ୟା । ଏହାକୁ ନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ନାଗଭଣ, ସମରଦଫା, ଭାଲୁବସା, ଗୋରୁ ମହିଷାଣୀ, ତାରଣା, ଦୁନ୍ଦୁ ପ୍ରଭୃତି ବିଭିନ୍ନ ଅଂଚଳର ସଭାପତି, ସଂପାଦକ ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଆସି ରାଇରଙ୍ଗପୁରେ ବିଜେଡି ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ସହ ସ୍ଥାନୀୟ ପିସିଏମ କଲ୍ୟାଣ ଭବନ ପରିସରରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ଲେଙ୍କାଙ୍କ ସହ ବରିଷ୍ଠ ବିଜେଡି ନେତା ପାର୍ଥସାରଥୀ କବି, ମୟୂରଭଂଜ ସଦର ବିଜୁ ଯୁବ ଜନତା ସଭାପତି ଅଭିଷେକ ପଟ୍ଟନାୟକ, ଯୁବ ନେତା ସେକ୍ ସାଜିଦ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଲେଙ୍କା କହିଥିଲେ ବିଜେଡି ଏକ ଧର୍ମନିରପେକ୍ଷ ଆଂଚଳିକ ଦଳ । ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସୁରକ୍ଷା ଓ ସେମାନଙ୍କ ଆର୍ଥିକ ବିକାଶ ବିଭିନ୍ନ ଉନ୍ନୟନ ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ ଓ ବହୁ ଯୋଜନା ପ୍ରଣୟନ କରିଛନ୍ତି । ତେଣୁ ସଂଖ୍ୟାଲଘୁ ଲୋକେ ନବୀନ ସରକାର ଉପରେ ଭରସା ରଖନ୍ତୁ । ତ୍ରିସ୍ତରୀୟ ନିର୍ବାଚନରେ ବିଜେଡିକୁ ଭୋଟ ଦିଅନ୍ତୁ । ସଂଖ୍ୟାଲଘୁ ଲୋକମାନଙ୍କର ମୌଳିକ ସମସ୍ୟାକୁ ଆଗାମୀ ଦିନରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଖୁବ୍ ନିକଟରେ ରାଜ୍ୟ ନେତାଙ୍କ ପାଖରେ ନିଜର ଦାବି ଉପସ୍ଥାପନ କରିବା ଏବଂ ଆଲୋଚନାରେ ଭାଗ ନେବା ନେଇ ଓ ନେତାଙ୍କ କଥାରେ ବିଶ୍ୱାସ ଓ ଆସ୍ଥା ରଖି ସନ୍ତୋଷ ପ୍ରକାଶ କରିଥିଲେ ।ବିଜେଡି ସପକ୍ଷରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ