ପୂର୍ତ୍ତ ବିଭାଗ କ୍ଵାଟର୍ସ ପାଲଟିଛି ଚାରା ଗୋଦାମ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : କରଞ୍ଜିଆ ପୂର୍ତ୍ତ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ କ୍ଵାଟର୍ସ ରେ ଚାଲିଛି ଚାରା ବ୍ୟବସାୟ । କ୍ଵାଟର୍ସ ପରିସର ରେ ଜଣେ ଅଣଓଡ଼ିଆ ଫୁଲ, ଚାରା ବେପାରୀ ଙ୍କୁ ଗୋଦାମ କରି ବ୍ୟବସାୟ କରୁଥିବା ଅଭିଯୋଗ ଆସିବା ପରେ ସତ୍ୟାସତ୍ୟ ବୁଝିବାରୁ ଅଭିଯୋଗ ରେ ସତ୍ୟତା ଥିବା ଜଣାପଡିଛି । ଏପରିକି ଉକ୍ତ ସରକାରୀ କ୍ଵାଟର୍ସ ଟି ବିଭାଗୀୟ କ୍ୟାଶିଅର ଙ୍କ ରହିବା ପାଇଁ ଥିବାବେଳେ ତାଙ୍କ ରାଇରଙ୍ଗପୁର କୁ ବଦଳି ପରେ ଏବେ ତାଙ୍କ ପୁଅ ଏଠାରେ ରହୁଥିବା କଥା ସ୍ଥାନୀୟ ଲୋକ ଏବଂ ବିଭାଗୀୟ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । ବାପା ଙ୍କ ପାଇଁ ଉଦ୍ଧିଷ୍ଟ କ୍ଵାଟର୍ସ ରେ ପୁଅ ରହିବା କଥାକୁ ଲୋକେ ନାପସନ୍ଦ କରିଛନ୍ତି ଫୁଲ, ଚାରା ବେପାରୀ ଙ୍କୁ ଏବିଷୟ ରେ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ସେ ଦେଇପାରିନାହାନ୍ତି ।ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପରିସର ରେ ଏହା ଚଳୁଥିଲେ ମଧ୍ୟ ଅଧିକାରୀ ଙ୍କ ଦୃଷ୍ଟି କୁ ଘଟଣା ନଆସିବା କ୍ଵାଟର୍ସ ରେ ଫୁଲ ଓ ଚାରା ଗୋଦାମ କରିବା କୁ କର୍ତ୍ତୃପକ୍ଷ ସମ୍ମତି ଦେଇଥିବେ ପ୍ରତିବଦଳରେ ରେ ମାସିକ ଅର୍ଥ ଆଦାୟ ହେଉଥିବ ବୋଲି ଅଭିଯୋଗ ଆସିଛି । ସରକାରୀ କାର୍ଯ୍ୟାଳୟ ବା କ୍ଵାଟର୍ସ କୁ ବ୍ୟବସାୟିକ ଉଧେଶ୍ୟ ରେ ବ୍ୟବହାର ଘଟଣା କରଞ୍ଜିଆରେ ନୁଆଁ ନୁହେଁ ପୂର୍ବରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ର କାର୍ଯ୍ୟାଳୟ ସୂଚନା ଭବନ ରେ ଜୈନେକ କର୍ମଚାରୀ ଫଳ ଗୋଦାମ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ସାମାଜିକ ଗଣମାଧ୍ୟମ ରେ ଫୋଟ ପ୍ରକାଶ ହୋଇଥିଲା । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବିଷୟ କୁ ଗମ୍ଭୀରତା ସହିତ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଓ ସରକାରୀ ସମ୍ପତି କୁ ଭଡାରେ ଲଗେଇ ଥିବା ବ୍ୟକ୍ତି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଧା ମାନେ ଦାବୀ କରିଛନ୍ତି ।


