ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପଞ୍ଚାୟତସମିତିର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଅନାମବନ୍ଧୁ ଧଳଙ୍କ ଦ୍ୱିତୀୟ ଶ୍ରାଦ୍ଧୋତ୍ସବ ଅବସରରେ ଟାଉନବଳରାମପୁରସ୍ଥିତ ଶ୍ରଦ୍ଧାଞ୍ଜଳି ପ୍ୟାଲେସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ମଧ୍ୟ ସେହି ଠାରେ ଆୟୋଜିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ୫୮ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଅନାମବନ୍ଧୁଙ୍କ ତ୍ୟାଗପୂତ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନାମବନ୍ଧୁଙ୍କ ବଳିଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଅନାମବନ୍ଧୁଙ୍କ ଧର୍ମପତ୍ନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳଙ୍କ ପ୍ରତି ଦଳର ସମବେଦନା ସର୍ବଦା ରହିଛି ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଯୋଗଦେଇ ବହୁ କମ ଦିନ ମଧ୍ୟରେ ଅନାମବନ୍ଧୁ ବହୁତ ନାମ କମାଇଥିଲେ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ନଗରପାଳ ସରିତା ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ‘ବିଧିର ବିଧାନ’ ସମ୍ପାଦକ ଦୀପକ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଧଳଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ନିର୍ମଳା ମହାନ୍ତି, ଲିଲିତା ଦାସ, ସମବାୟବୀତ ପ୍ରମୋଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଉମେଶ ଚନ୍ଦ୍ର ନାୟକ, ଦେବଦାସ ମହାନ୍ତି, ହିରଣ୍ୟ ପଣ୍ଡା, ମିଟୁ ମନୋଜ ନାୟକ, ସେକ ମହମ୍ମଦ ଇନାୟତ(ଚନ୍ଦନ), ଆଲୋକ ସାହୁ, ରଞ୍ଜିତ ସାହୁ, ଦୁଷ୍ମନ୍ତ ମଲିକ, ସଞ୍ଜୟ ଜେନା, ସରପଞ୍ଚ ପ୍ରସନ୍ନ ରାଉତ, ଗୋପିନାଥ ମଲିକ, ସୀତାସୁନ୍ଦରୀ ମଲିକ, ରାଜେଶ ଦାସ, ମହେନ୍ଦ୍ର ମିଶ୍ର, ସ୍ୱୟଂପ୍ରଭା କର, ସୁମିତ୍ରା ପାଢୀ,ପ୍ରଦୀପ୍ତ ମହାନ୍ତି, ଅସିତବନ୍ଧୁ ଧଳ, ନରୋତ୍ତମ ମଲିକ, ଦୈତାରୀ ଜେନାଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, କେନ୍ଦ୍ରାପଡା ପୈାର ପରିଷଦର କାଉନସିଲରମାନେ ଯୋଗଦେଇ ସ୍ୱର୍ଗତ ଧଳଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୂର୍ବତନ ନଗରପାଳ ଧିରେନ ସାହୁଙ୍କ ସଞ୍ଚାଳନରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


