“ପେଟ୍ ବ୍ଲଡ୍ ବ୍ୟାଙ୍କ’

ନ୍ୟୁୟର୍କ: ପାଳିତ ପ୍ରାଣୀଙ୍କ ପାଇଁ ରହିଛି ବ୍ଲଡ୍ ବ୍ୟାଙ୍କ ଏବଂ ପ୍ଲାଜମା ସେଣ୍ଟର୍ । ଏଠାରେ ସେମାନେ ରକ୍ତ ଦାନ କରିପାରିବେ । ଆବଶ୍ୟକସ୍ଥଳେ ରକ୍ତ ମଧ୍ୟ ନେଇପାରିବେ । ଗୃହପାଳିତ ପ୍ରାଣୀଙ୍କ ପ୍ରତି ବଢୁଥିବା ଦୁର୍ବଳତାକୁ ନଜରରେ ରଖି ଏପରି ଅଭିନବ ବ୍ୟବସ୍ଥା ଆରମ୍ଭ କଲେଣି ଅନେକ ପାଶ୍ଚାତ୍ୟ ଦେଶ । ଏହି କ୍ଷେତ୍ରରେ ଆଗରେ ରହିଛନ୍ତି ବ୍ରିଟେନ, ଆମେରିକା । ଉତ୍ତର ଆମେରିକାର ପ୍ରାଣୀ ଚିକିତ୍ସା ବ୍ଲଡ୍ ବ୍ୟାଙ୍କ ମୁଖ୍ୟ ଡା. କେସି ମିଲ୍ସଙ୍କ କହିବା କଥା, ମଣିଷ ଭଳି କୁକୁର ଏବଂ ବିଲେଇ ମଧ୍ୟ ପୃଥକ୍ ବ୍ଲଡ୍ ଗ୍ରୁପ୍‌ର ଅଧିକାରୀ । କୁକୁରଙ୍କ ୧୨ଟି ଏବଂ ବିଲେଇଙ୍କ କ୍ଷେତ୍ରରେ ଅଦ୍ୟାବଧି ୩ ପ୍ରକାର ବ୍ଲଡ୍ ଗ୍ରୁପ୍ ଅଦ୍ୟାବଧି ଠାବ କରାଯାଇଛି । ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାର ଶିକାର ହେଉଥିବା ପ୍ରାଣୀଙ୍କୁ ରକ୍ତର ଆବଶ୍ୟକତା ଅନେକ । ଏହାକୁ ଦୃଷ୍ଟିରେ ରଖି କାର୍ଲିଫର୍ନିଆ, ବ୍ରିଷ୍ଟୋ, ଭର୍ଜିନିଆ, ସ୍କଟ୍‌ବିଜ୍‌, ମିଶିଗନ, ଡିକ୍ସନ, ଗାର୍ଡେନ ଗ୍ରୋବ ଭଳି ସହରରେ ବ୍ଲଡ ବ୍ୟାଙ୍କ ଖୋଲାଯାଇଛି । ଏଠାରେ ବିଧିବଦ୍ଧ ଭାବେ ରକ୍ତ ଦାନ ଏବଂ ଗ୍ରହଣ କରାଯାଉଛି । ଏହି ପ୍ରକ୍ରିୟା ଅତି ସହଜ । ମାତ୍ର ୩୦ ମିନିଟ୍‌ରେ ବିନା ଆନାସ୍ଥେସିଆରେ ଏହା କରାଯାଇପାରିବ । ତାଲିମପ୍ରାପ୍ତ ପ୍ରାଣୀଙ୍କ ମାଲିକଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହା ପରେ ବ୍ରିଟେନ ଏବଂ ଆମେରିକାରେ ପ୍ରାଣୀ ରକ୍ତଦାନ ପ୍ରତି ଲୋକେ ବେଶି ସଚେତନ ହେଲେଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ