୧ କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଦେଲେ ମିଳୁଛି ୧ କିଲୋ ଚାଉଳ

ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ପ୍ରୟାସ ଚାଲିଛି । ନିକଟରେ ଛତିଶଗଡର ଅମ୍ବିକାପୁରରେ ଏକ “ଗାର୍ବେଟ୍ କାଫେ’ ଖୋଲାଯାଇଛି । ଯେଉଁଠି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଦେଲେ ପେଟ ପୂରା ଖାଇବାକୁ ମିଳୁଛି । ସେହିପରି ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ମଧ୍ୟ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଇଛି । ଜିଲ୍ଲାର ୧ କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଦେଲେ ୧ କିଲୋ ଚାଉଳ ମାଗଣାରେ ମିଳୁଛି । ଏଥିପାଇଁ ଜିଲ୍ଲାରେ ୨୫୦ଟି ସଂଗ୍ରହ କେନ୍ଦ୍ର ଖୋଲାଯାଇଛି । ସ୍ଥାନୀୟ ଜିଲ୍ଲାପାଳ ସି. ନାରାୟଣଙ୍କ ନିର୍ଦ୍ଦେଶରେ ଏଭଳି ଯୋଜନା ଆରମ୍ଭ କରାଯାଇଛି । ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏଭଳି ପ୍ରଚେଷ୍ଟା କରାଯାଉଛି । ଯେଉଁ ଲୋକମାନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ସେମାନେ ଟଙ୍କା କିମ୍ବା ଚାଉଳ ଆକାରରେ ଦାନ କରିପାରିବେ । ଯେଉଁସବୁ ପ୍ଲାଷ୍ଟିକ୍ ସଂଗ୍ରହ ହେବ ତାକୁ ସିମେଣ୍ଟ କାରଖାନାକୁ ଦିଆଯିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ