ପୋଲିସ ପଞ୍ଝାରେ ୩ ବାଇକ୍ ଲୁଟେରା
ଚୌଦ୍ୱାର, (ଦୀପକ କୁମାର ବେଉରା) :ଚୌଦ୍ୱାର ପୋଲିସ ପାଞ୍ଝରେ ପଡିଛନ୍ତି ୩ କୁଖ୍ୟାତ ବାଇକ୍ ଲୁଟେରା । ପୋଲିସ ସୂଚନା ଅନୁଯାୟୀ ଚଳିତ ମାସ ୨୪ ତାରିଖ ଦିନ ଭୁବନେଶ୍ୱର ସତ୍ୟନଗର ବାସିନ୍ଦା ହେମନ୍ତ ପ୍ରଧାନ ନିଜର ବାଇକ୍ ଯୋଗେ ଢେଙ୍କାନାଳ ରୁ କଟକ ଅଭିମୁଖେ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୭ଟା ସମୟ ଶ୍ରୀ ପ୍ରଧାନ ପରିଶ୍ରା କରିବା ପାଇଁ ଚୌଦ୍ୱାର ନୁନ୍ ଟିକିରି ଛକ ନିକଟ ରେ ନିଜ ବାଇକ୍ କୁ ଅଟକେଇ ଥିଲେ । ରାସ୍ତା ପାର୍ଶ୍ବ ରେ ନିଜ ବାଇକ୍ ରଖି ପରିଶ୍ରା କରିବାକୁ ଯାଇ ଫେରିବା ପରେ ଦେଖିଲେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍ କୁ ଚୋରି କରି ନେଇ ଯାଇଛି। ଏହି ସଂକ୍ରାନ୍ତ ରେ ଶ୍ରୀ ପ୍ରଧାନ ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ କଲେ । ଲିଖିତ ଅଭିଯୋଗ ଆଧାର ରେ ଚୌଦ୍ୱାର ପୋଲିସ ତଦନ୍ତ ଚଳାଇ ଖୁବ୍ କମ୍ ସମୟ ମଧ୍ୟରେ ୩ ଲୁଟେରା ଙ୍କୁ ଧରିବାକୁ ସକ୍ଷମ ହେଲେ । ଏହି ୩ ଜଣ ଲୁଟେରା ମାନେ ହେଲେ ଚୌଦ୍ୱାର ଓଟିଏମ୍ କଲୋନୀ ର ହେମନ୍ତ ଦୋରା, ଗଞ୍ଜାମ ଜଗନ୍ନାଥ ପ୍ରସାଦ ର ସ୍ମୃତି ରଞ୍ଜନ ପ୍ରଧାନ, ଭୁବନେଶ୍ୱର ତପବନ ବସ୍ତି ର ଶୁବାସିଶ ପଟ୍ଟନାୟକ ଏବଂ ଏହି ୩ ଲୁଟେରା ମାନଙ୍କ ବିରୁଦ୍ଧରେ ଏକାଧିକ ମାମଲା ବିଭିନ୍ନ ଥାନା ରେ ଥିବା କଥା ପୋଲିସ ସୂଚନା ଦେଇଛି । ଏହି ଲୁଟେରା ମାନଙ୍କ ଠାରୁ ୬ ଗୋଟି ଚୋରା ବାଇକ୍ ଜବତ କରିବା ସହିତ ଆଜି କୋର୍ଟ ଚାଲାଣ କରାଯାଇଥିବା ର ଜଣାପଡିଛି ।


