ନୁଆରମ୍ପାସରେ ଶାନ୍ତିଲତାଙ୍କ ସ୍ମୃତିସଭା 

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଅଧିନସ୍ଥ ନୁଆ ରମ୍ପାସ ଗ୍ରାମର ଶିକ୍ଷାବିତ ଭକ୍ତ ଶେଖର ସାଙ୍କ ଧର୍ମପତ୍ନୀ ଶାନ୍ତିଲତା ସାଙ୍କ ସ୍ମୃତିସଭା ଅ୍ରନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଅରବିନ୍ଦ ପଣ୍ଡାଙ୍କ ବେଦପାଠ ପରେ ଓଡିଶା ବ୍ରାହ୍ମଣ ମହାସଂଘ, ସାଧୁସନ୍ଥ ଓ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ନାରାୟଣ ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୃତିସଭାରେ ମୁକ୍ୟ ବକ୍ତା ଭାବେ ଓଡିଶା ବ୍ରାହ୍ମଣ ମହାସଂଘର ଉପସଭାପତି କୃଷ୍ଣଚନ୍ଦ୍ର ପତି, ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ମୁକ୍ତିକାନ୍ତ ସତପଥି, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ବୁଦ୍ଧିରାମ ପାଣିଗ୍ରାହୀ, ବିଜେପି ବାଲେଶ୍ୱର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ସତପଥି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶାନ୍ତିଲତାଙ୍କ ଜିବନୀ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭବାନୀ ଶଙ୍କର ସା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଦିବ୍ୟଜ୍ୟୋତି ସଂଗୀତ ପରିଷଦ ନୁଆରମ୍ପାସ ପକ୍ଷରୁ ଭଜନ ପରିବେଷଣ କରାଯାିଥିଲା । ଅଚୁ୍ୟତାନନ୍ଦ ସା, ସୁଶାନ୍ତ ପଟ୍ଟନାୟକ, ପିଣ୍ଟୁ ସେନାପତି, ଗଦାଧର ସାହୁ, ଅନୁପମା ସା, ନିରୁପମା ସା, କ୍ଷଣପ୍ରଭା ସା, ରବିନ୍ଦ୍ର ସେନାପତି, ଅନିଲ ମହାପାତ୍ର, ରଞ୍ଜିତା ସା, ମାଙ୍ଗଳିକା ସା, ରଶ୍ମିତା ସା, ମୀତା ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ