ଜମି ଉନ୍ନତି କରଣରେ ଅନିୟମିତତା, ନେତାଙ୍କ ପରିବାରକୁ ମିଳିଛି ତିନଟି ପ୍ରକଳ୍ପ  

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ଫାର୍ମପଣ୍ଡ, ଜମି ଉନ୍ନତିକରଣ ଆଦି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ପରିବାରର ସ୍ୱାମୀ ଓ ସ୍ତ୍ରୀ ଗୋଟିଏ ବର୍ଷରେ ଦୁଇଟି ପ୍ରକଳ୍ପ ହାତେଇଥିବାବେଳେ ଏବେ ଜଣେ ଶାସକ ଦଳର କୁଜି ନେତା ଗୋଟିଏ ବର୍ଷରେ ତିନୋଟି ପ୍ରକଳ୍ପ ହାତେଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ତାରିଣୀ ସେନାପତି ୨୦୨୧ ଆଥିକ ବର୍ଷରେ ତିନୋଟି ପ୍ରକଳ୍ପ ନେଇଥିବା ଅଭିଯୋଗ ହୋଇଛି । ତାଙ୍କ ନିଜ ନାମରେ ଗୋଟିଏ ଜମି ଉନ୍ନତିକରଣ ପ୍ରକଳ୍ପ ନେଇଥିବାବେଳେ ବାପା ଗଙ୍ଗାଧର ସେନାପତିଙ୍କ ନାମରେ ଫାର୍ମପଣ୍ଡଓ ମା କମଳିନୀ ସେନାପତିଙ୍କ ନାମରେ ଜମି ଉନ୍ନତି କରଣ ପ୍ରକଳ୍ପ ନେଇଛନ୍ତି । ସରକାର ଗରିବ ଲୋକମାନଙ୍କୁ ଏହି ଯୋଜନାରେ ସାମିଲ କରି ସେମାନଙ୍କ ଆଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହେବାଲାଗି ଏହି ଯୋଜନା ପ୍ରଣୟନ କରିଥିବାବେଳେ ଜଣେ ସ୍ୱଚ୍ଛଳ ବର୍ଗର ବ୍ୟକ୍ତି କିପରି ଗୋଟିଏ ଆର୍ଥିକ ବର୍ଷରେ ତିନି ତିନୋଟି ପ୍ରକଳ୍ପ ହାତେଇନେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଭିନ୍ନ ଭିନ୍ନ ପ୍ରକଳ୍ପ ପାଇଁ ଭିନ୍ନ ଭିନ୍ନ ସୁଚନା ପଳକ ଲଗାଯିବାର ନିୟମ ଥିବାବେଳେ ଏଠାରେ ଗୋଟିଏ ସୁଚନା ଫଳକରେ ଦୁଇଟି ପ୍ରକଳ୍ପର ନାମ ଉଲେଖ କରାଯାଛି । ପୁଣି ପ୍ରକଳ୍ପ ପାଇଁ ଲଗାଯାଇଥିବା ସୁଚନା ଫଳକର ଗୋଟିଏ ପାଶ୍ୱର୍ରେ ତାରିଣୀ ସେନାପତିଙ୍କ ଜମି ଉନ୍ନତିକରଣ ଲେଖା ଯାଇଥିବାବେଳେ ଅପର ପାଶ୍ୱର୍ରେ ତାଙ୍କ ବାପା ଗଙ୍ଗାଧର ସେନାପତିଙ୍କ ନାମରେ ଥିବା ଫାର୍ମପଣ୍ଡର ସୁଚନା ଦିଆଯାଇଛି । ଏହାର ତଦାରଖ କରିବା ପାଇଁ ପଞ୍ଚାୟତର ଜି.ଆର.ଏସ ଓ କାମର ବିଲ୍ କରିବା ପାଇଁ ଯନ୍ତ୍ରୀ ନିଯୁକ୍ତ ଥିଲେବି କିପରି ସେମାନଙ୍କ ନଜର ପଡିଲାନି ନା ସମସ୍ତେ ମିଳିମିଶି ଏହି ଯୋଜନାକୁ ଲୁଟୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନେତା ଆଲୋକ ସେଠୀ ଦାବି କରିଛନ୍ତି । ଏ ସମ୍ପର୍କରେ ସମିତିସଭ୍ୟ ତାରିଣୀ ସେନାପତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ କାମ ଗୁଡିକ ଆମ ପରିବାରର ହୋଇଥିଲେବି ଆମେ ଅଲଗା ଅଲଗା ଅଛୁ । କାମ ମଧ୍ୟ ହୋଇଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ