ପ୍ରଗତି ମହିଳା ସଂଗଠନ ଆନୁକୁଲ୍ୟରେ ଦିବଂଗତ ବରିଷ୍ଠ ସଂଗୀତ ଗୁରୁ ନାରାୟଣ ଦାସ ପଟ୍ଟନାୟକଙ୍କ ସ୍ମୃତି ସଭା  

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ପ୍ରଗତି ମହିଳା ସଂଗଠନ ଆନୁକୁଲ୍ୟରେ ଆଜି ପୂର୍ବାହ୍ନ ସମୟରେ ଭର୍ଚ୍ୟୁଆଲ ଯୋଗେ ଦିବଂଗତ ବରିଷ୍ଠ ସଙ୍ଗୀତଗୁରୁ, କଳାକାର. ଅଭିନେତା ସ୍ୱର୍ଗତ ନାରାୟଣଦାସ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚ୍ୟୁଆଲ ବୈଠକ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଗତି ମହିଳା ସଂଗଠନର ସମ୍ପାଦିକା ତନୁଜା ଶତପଥୀ ଏହାକୁ ପରିଚାଳନା କରିଥିଲେ । ଦିବଂଗତ ବରିଷ୍ଠ କଳାକାର ନାରାୟଣ ଦାସ ପଟ୍ଟନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ସ୍ମୃତିଚାରଣ କରାଯାଇଥିଲା । ସ୍ୱର୍ଗତ ପଟ୍ଟନାୟକ କଳା କ୍ଷେତ୍ରରେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଏକାଧାରାରେ ସଂଗୀତ ଗୁରୁ, କଣ୍ଠଶିଳ୍ପୀ, ହାର୍ମୋନିୟମ ବାଦକ, ଅଭିନେତା ଭାବେ ବେଶ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ପେଶାରେ ସେ ଥିଲେ ଜଣେ ଚାହା ବିକାଳି । ତେବେ ନିଶାଥିଲା ତାଙ୍କର ସଙ୍ଗୀତ, କଳା, ଅଭିନୟ ଆଦି ବୋଲି ମତ ପ୍ରକାଶ ପାଇଥିଲା । ଏହି ଭର୍ଚ୍ୟୁଆଲ ବୌଠକରେ ଭୁବନେଶ୍ୱର ପଟ୍ଟନାୟକ, ଭାଗବତ ପାଢୀ, ତନୁଜା ଶତପଥୀ, ଜଗଦୀଶ ମହାପାତ୍ର, ବିନୋଦ ଚନ୍ଦ୍ର ଜେନା, କୁନାବାବୁ ହଳଧର, ମମତା ପାଢୀ, ପ୍ରଫୁଲ ବେବର୍ତ୍ତା, ବାବାଜୀ ବେହେରା, ମାନସୀ ପଣ୍ଡା, ମୋହିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ