ପ୍ରଥମେ ଥଇଥାନ ତାପରେ ଉଚ୍ଛେଦ ଦାବିରେ କୋଣାର୍କ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ଆନ୍ଦୋଳନ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଖୁବଶୀଘ୍ର ବିଶ୍ୱ ପ୍ରସିଦ୍ଧ କୋଣାର୍କ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାରେ କାର୍ଯ୍ୟ ବଣ୍ଟନ କରାଯାଇଥିବା ବେଳେ ଉଚ୍ଛେଦ ର ଶିକାର ହୋଇଥିବା କ୍ଷୁଦ୍ର ଉଠା ଦୋକାନୀ ମାନଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇ ପାରିଲାନାହିଁ । ଏହାକୁ ନେଇ ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ତେଜିବାରେ ଲାଗିଛି ।ଆଜି ଓଡ଼ିଆ କ୍ଷୁଦ୍ର ରାସ୍ତା ପାର୍ଶ୍ୱ ଉଠାଦୋକାନୀ ସଙ୍ଘ ର କୋଣାର୍କ ସଖା ତରଫରୁ ମନୋରଞ୍ଜନ ପରିଡ଼ା ଙ୍କ ନେତୃତ୍ୱରେ ୧୦ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କୋଣାର୍କ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ଥଇଥାନ ତାପରେ ଉଚ୍ଛେଦ କରାଯାଉ ବୋଲି ସଂଘ ପକ୍ଷରୁ ଦାବି ନେଇ କୋଣାର୍କ ଏନ ଏ ସି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।ଏହାପରେ ଏନ ଏ ସି କାର୍ଯ୍ୟ ନିର୍ବାହି ଙ୍କ ର ନିର୍ଭର ପ୍ରତିଶ୍ରୁତି ପାଇବାପରେ ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଏମ ସମ୍ପାଦକ ଆଶିଷ କାନୁନଗୋ, ଉଠା ଦୋକାନ ସଙ୍ଘ ସମ୍ପାଦକ ଜୟନ୍ତ ଦାସ, ପୁରୀ ଜିଲ୍ଲାର ଉଠା ଦୋକାନୀ ସଙ୍ଘ ର ସଭାପତି ପ୍ରଦୀପ ମହାନ୍ତି ,ପୂର୍ବତନ କାଉନ୍ସିଲର ରଣଜିତ ରାଉତରାୟ ,ପୂର୍ବତନ କଂଗ୍ରେସ ସଭାପତି ଭରତ ଚନ୍ଦ୍ର ପାଢ଼ୀ ପ୍ରମୁଖ ଆନ୍ଦୋଳନ ରେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ