ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ନାଉଗାଁରେ ମକଡ୍ରିଲ୍
ନାଉଗାଁ, : ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକସ୍ଥିତ ଅଙ୍ଗେଶ୍ୱରପଡା ବହୁମୁଖୀ ଆଶ୍ରୟସ୍ଥଳୀ ପରିସରରେ ବୁଧବାର ନାଉଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରସ୍ତୁତ ହୋଇଛି । ଅଗ୍ନିଶମ ବିଭାଗର ଷ୍ଟେସନ ପରିଚାଳକ ମୋହନ କୁମାର ଦଲାଇଙ୍କ ନେତୃତ୍ୱରେ କର୍ମଚାରୀମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଉଦ୍ଧାର କାର୍ଯ୍ୟ ସହ ନିଜକୁ ସୁରକ୍ଷିତ ରଖି ହେବ ସେନେଇ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର କର୍ମଚାରୀ, ସ୍ୱେଛାସେବୀ ସଂଗଠନର ସଦସ୍ୟ ଓ ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ସିଡିପିଓ ରାସେଶ୍ୱରୀ ମହାନ୍ତି, ବ୍ଲକ ଜନମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶିଷ ସ୍ୱାଇଁ, ବରିଷ୍ଠ କିରାଣୀ ସିର୍ଦ୍ଧାଥ ଦାସ, ପ୍ରକାଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅଗ୍ନିଶମ ବିଭାଗ ତରଫରୁ ମୁଖ୍ୟ ଆଗ୍ନିକ ବିକ୍ରମ କୁମାର ବେହେରା, ବିଭୁତି ଭୂଷଣ ସ୍ୱାଇଁ, ମନମୋହନ ମଲ୍ଲିକ,ସୃଦର୍ଶନ ସାହୁ,ଭିକାରୀ ଦୋରା, ବିଜୟ କୁମାର ନାୟକ, ପପୁନ ରାଉଳ ପ୍ରମୁଖ ଉପସ୍ଥିତ ରହି ବିପର୍ଯ୍ୟସ୍ତ ମୁକାବିଲାର ପ୍ରଶିକ୍ଷଣ ଦେଇଥିଲେ ।