ପ୍ରୋଛାହନ ରାଶି ମିଳିନଥିବା ନେଇ ଅଭିଯୋଗ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଗତ ତିତିଲି ବାତ୍ୟା ପରେ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ନୂଆ ଘର ତିଆରି ପାଇଁ ଅନୁଦାନ ମିଳିଥିଲା | ବିଜୁ ପକ୍କା ଘର ଓ ପି.ଏସ.ଏ ୱାଇ ଯୋଜନା ଜରିଆରେ ଏହି ଅନୁଦାନ ଦେବାବେଳେ ସର୍ତ ରଖ ଯାଇଥିଲା ଯେ ଯେଉଁ ହିତାଧିକାରୀ ମାନେ ତିନି ମାସ ଭିତରେ ଘର ତିଆରି କାମ ସାରିବେ ସେମାନଙ୍କୁ କୋଡିଏ ହଜାର, ଓ ଯେଉଁ ମାନେ ଛଅ ମାସ ଭିତରେ କାମ ସାରିବେ ସେମାନଙ୍କୁ ଦଶହଜାର ଟଙ୍କା ଲେଖାଏଁ ପ୍ରୋଛାହନ ରାଶି ମିଳିବ | ତେବେ ୟାରୀ ଭିତରେ ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ କେ.ସୀତାପୁର ପଞ୍ଚାୟତର କୌଣସି ହିତାଧିକାରୀଙ୍କୁ କୌଣସି ପ୍ରୋଛାହନ ରାଶି ମିଳିପାରି ନାହିଁ | ସୁନାବାଡ଼, ଶ୍ରୀ ବିଷ୍ଣୁପୁର, ହନାଳୀ, ଜଗନାଥପୁର,ସିଂଗିପୁରଗୁଡ଼ ପ୍ରଭୃତି ଗ୍ରାମର ଲୋକେ ୨୧ ତାରିଖ ପୂର୍ବାହ୍ନରେ ବିଡ଼ିଓ ଦାୟିତ୍ୱରେ ଥିବା ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ରଙ୍କୁ ଲିଖିତ ଭାବରେ ଜଣାଇଛନ୍ତି | ଯଦି ଆଗାମୀ ସାତ ଦିନ ମଧ୍ୟରେ ଉଲିଖିତ ରାଶି ନ ମିଳେ ତେବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସେମାନେ ବିଡ଼ିଓ କୁ ଦେଇଥିବା ପତ୍ରରେ ସ୍ୱଷ୍ଟ ଲେଖିଛନ୍ତି | ତେବେ ବିଡି ଧର୍ଯ୍ୟର ସହ ସେମାନଙ୍କ କଥା ଶୁଣି ଦାୟିତ୍ୱରେ ଥିବା ରବି ସାହୁଙ୍କ ସହ ଯୋଗାଯୋଗ କରିଥିଲେ | ଶ୍ରୀ ସାହୁ ବିଡ଼ିଓ ଙ୍କୁ ଜଣାଇଥିଲେ ଯେ ଟେକ୍ନିକାଲ ସମସ୍ୟା ଯୋଗୁ କେ.ସୀତାପୁର ପଞ୍ଚାୟତ ହିତାଧିକାରୀ ମାନଙ୍କୁ ପ୍ରୋଛାହନ ରାଶି ପଠାଯାଇ ପାରିନାହିଁ ଗଜପତି ଡି.ଆର.ଡି.ଏ କାର୍ଯ୍ୟାଳୟ ସହିତ ମଧ୍ୟ ବିଡ଼ିଓ କଥା ବାର୍ତା କରିଥିଲେ | ଯେପରି ଅଭିଯୋଗ କାରୀଙ୍କୁ ଯଥା ଶୀଘ୍ର ପ୍ରୋଛାହନ ରାଶି ମିଳିବ ପଦକ୍ଷେପ ନବାକୁ ଦାୟିତ୍ୱରେ ଥିବା କର୍ମଣଚରି ରବି ସାହୁଙ୍କୁ ନିର୍ଦେଶ ଦେଇଥିଲେ |


