ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର ପ୍ରଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ପୁରୀ ଜିଲା ସତ୍ୟବାଦୀ  ଅଞ୍ଚଳରେ କବିର ଭୋଇଙ୍କ ସ୍ତ୍ରୀ ଦଳିତ ମହିଳା ସୁକାନ୍ତି ଭୋଇଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବାରୁ ପ୍ରଶାସନିକ ତଦନ୍ତ କରିବା ଦାବି କରି ବୁଧବାର  କନ୍ଧମାଳ ଜିଲା କଂଗ୍ରେସ ଅନୂସୂଚିତ ଜାତି ବିଭାଗ ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। କନ୍ଧମାଳ ଜିଲା ଏସ୍‍ସି ସେଲର ଅଧ୍ୟକ୍ଷ ଶିବ ଶଙ୍କର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ଦଳର ବଳଦେବ ବେହେରା, ଘନ କୁମାର ଶବର, ଜିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ଗୌର ଚନ୍ଦ୍ର ବେହେରା, ବସନ୍ତ କୁମାର ଦିଗାଲ, ଦୁର୍ଯ୍ୟୋଧନ ପଟନାୟକ ଓ ଅନ୍ୟମାନେ ସାମିଲ୍‍ ହୋଇ ପ୍ରଶାସନକୁ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରକାରେ, ଚିକିତ୍ସାରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ