ଫରୱାର୍ଡ଼ ବ୍ଲକର ଦୁଇ ଦିନିଆ ରାଜ୍ୟସ୍ତରୀୟ କନ୍‌ଭେନ୍‌ସନ୍‌

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ’ ର ଏକ ରାଜ୍ୟସ୍ତରୀୟ କନ୍‌ଭେନ୍‌ସନ୍ ଆସନ୍ତା ତା.୨୨ ଓ ୨୩ ରିଖ ଦୁଇ ଦିନ ଧରି ଭୁବନେଶ୍ୱର ୟୁନିଟ୍‌-୬ସ୍ଥିତ ଦଳୀୟ ରାଜ୍ୟ କର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କନ୍‌ଭେନ୍‌ସନ୍‌କୁ ଫରୱାର୍ଡ଼ ବ୍ଲକ୍‌ର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କନ୍‌ଭେନ୍‌ସନ୍‌ରେ ଭାରତବର୍ଷର ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଯଥା ଅହେତୁକ ଦରଦାମ୍ ବୃଦ୍ଧି, ବେକାରୀ, ବ୍ୟାପକ ଛଟେଇ ଓ ମୁଦ୍ରାସ୍ପିତି ହ୍ରାସ ଆଦି ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ସରକାର ସି.ଏ.ଏ., ଏନ୍‌.ଆର୍‌.ସି ଭଳି ନିୟମ ଆଣି ସାଧାରଣ ଲୋକଙ୍କର କିପରି ନଜର ହଟାଇବା ପ୍ରୟାସ କରୁଛନ୍ତି । ଏହି ସଂକ୍ରାନ୍ତୀୟ ଆଲୋଚନା ଏହି କନ୍‌ଭେନ୍‌ସନ୍‌ରେ ଦୁଇ ଦିନ ଧରି ବିସ୍ତାର ଭାବେ କରାଯିବା ସହିତ ଦଳରେ ଆଗାମୀ ଦିନରେ ସାଂଗଠନିକ ରଣନୀତି କିଭଳି ନିର୍ଦ୍ଧାରଣ କରାଯିବ ସେ ନେଇ ମଧ୍ୟ ଆଲୋଚନା ହେବ ବୋଲି ଦଳର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ