ବଜରଙ୍ଗ ଦଳ ପକ୍ଷରୁ ବିଭିନ୍ନ କଲେଜ ପିଲାଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ୱର ଜିଲ୍ଲା ଭୋଗରାଇର ଅଖଣ୍ଡ ଭାରତ ଛାତ୍ର ସମାବେଶ ବଜରଙ୍ଗ ଦଳ ପକ୍ଷରୁ ବିଭିନ୍ନ କଲେଜର ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି | ସେଥିମଧ୍ୟରୁ ଆଜି ଭୋଗରାଇ ର କେନ୍ଦ୍ରସ୍ଥଳ ଥାନାଛକ ଠାରେ ଭୋଗରାଇ ର ସମସ୍ତ କଲେଜ ର ଛାତ୍ରଛାତ୍ରୀ ଙ୍କୁ ନେଇ ସାଧାରଣ ଜ୍ଞାନ, ଚିତ୍ରାଙ୍କନ,ବକୃତା ଏବଂ ପଞ୍ଝା ଲଢେ଼ଇ ପରି ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା |ଏହି ପ୍ରତିଯୋଗିତା ରେ ଯାଜ୍ଞସିନି ପାତ୍ର, ବ୍ରହ୍ମଜ୍ୟତି ଜେନା, ପାର୍ଥ ସାରଥୀ ଘୋଷ, ଦିପ୍ତିମନ୍ତ ପାତ୍ର, ବ୍ରତୀତା ପାତ୍ର, ଓମ ପ୍ରକାଶ ସାମଲ, ସୁକନ୍ୟା ରାଉଳ, ଅନିମା ସାମଲ, ଉର୍ମିଳା ଗଙ୍ଗେଇ କୃତିତ୍ୱ ହାସଲ କରିଥିଲେ | କାର୍ଯ୍ୟକ୍ରମ କୁ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ବାଲେଶ୍ୱର ଜିଲ୍ଲା ର ସଂଯୋଜକ ରଶ୍ମି ରଞ୍ଜନ ଦାସ, ଭୋଗରାଇ ବଜରଙ୍ଗ ଦଳ ସଂଯୋଜକ ଜଗତ ଜୀବନ ପ୍ରଧାନ, ଦିପୁ ଜେନା, ବିମଳେନ୍ଦୁ ଦେ, ପାର୍ଥବିଜୟୀ ପାତ୍ର, କେଦାର ନାଥ ଜେନା ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ