ବିଜେପି ଅନୁସୂଚିତ ଜାତିର ଜିଲ୍ଲା ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ଅନୁସୂଚିତ ଜାତିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସଂସ୍କୃତ ଶାସ୍ତ୍ରୀ ସନ୍ତୋଷ ସେଠୀଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ଅନୁସୂଚିତ ଜାତିର ରାଜ୍ୟ ସମ୍ପାଦକ ସରୋଜ କୁମାର ଜେନା ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ଜିଲ୍ଲା ଉପସଭାପତି କମଳଲୋଚନ ଦାସ ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ମଞ୍ଚାସିନ ଥିଲେ। ବୈଠକରେ ମୋର୍ଚ୍ଚାର ଆଗାମୀ କାର୍ଯ୍ୟସୂଚୀ ବିଷୟରେ ଖସଡ଼ା ପ୍ରସ୍ତୁତ ହୋଇଥିଲା। ଜିଲ୍ଲାର ସମସ୍ତ ୫୦ ମଣ୍ଡଳରେ ମୋର୍ଚ୍ଚାର ଗତିବିଧିକୁ କ୍ରିୟାଶିଳ କରିବା ପାଇଁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର କହିଥିଲେ। ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଜେନା ଆଗାମୀ କାର୍ଯ୍ୟକ୍ରମ “ମାଆ ପାଇଁ ଗଛଟିଏ” ଓ “ହର-ଘର ତ୍ରୀରଙ୍ଗା” ବିଷୟରେ ଆଲୋକପାତ କରିଥିଲେ। ବୈଠକ ପରେ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଖାନନଗର ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବୃକ୍ଷ ରୋପଣ କରି ‘ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବୈଠକରେ ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ଯଥା ସତ୍ୟରଞ୍ଜନ ମଣ୍ଡଳ, ଗୌରୀଶଙ୍କର ଦଳେଇ, ତପନ କୁମାର ଜେନା, ଶଙ୍କର ମହାଳିକ, ଗଦାଧର ପଣ୍ଡିତ, ତପନ କୁମାର ବେହେରା, କାଶୀନାଥ ଦାସ, ବାଇଧର ଦାସ, ଗଣେଶ ଚନ୍ଦ୍ର ସେଠୀ, ଯଦୁନାଥ ସେଠୀ, ଅଭିରାମ ଦାସ ଓ କାର୍ତ୍ତିକ ଚନ୍ଦ୍ର ସେଠୀ ଅଂଶଗ୍ରହଣ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


