ବଞ୍ଚୋ ଦଧିବାବନଜୀୟୁଙ୍କ ୧୦ମ ବାର୍ଷିକ ଉତ୍ସବ; କୋଭିଡ କଟକଣାରେ ଆରମ୍ଭ ହେଲା ପୂଜାର୍ଚ୍ଚନା

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକର ମନ୍ଦିର ମାଳିନୀ ବଞ୍ଚୋ ଗ୍ରାମରେ ପ୍ରଭୂ ଦଧିବାବନଜୀୟୁଙ୍କ ମନ୍ଦିରର ଦଶମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବକୁ କରୋନା କଟକଣା ମଧ୍ୟରେ ଆରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆଜି ସକାଳୁ ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଥିଲା । କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସମୟରେ ପ୍ରତ୍ୟେକ ପରିବାର ପକ୍ଷରୁ ଧୂପ ଦ୍ୱୀପ ଦ୍ୱାରା ବନ୍ଦାପନା କରାଯିବା ସହ ଶଙ୍ଖ ହୁଳହୁଳୀ ଧ୍ୱନିରେ ଗ୍ରାମଟି ପ୍ରକମ୍ପିତ ହୋଇ ଉଠିଥିଲା । ପରେ ଦଧିବାବନଜୀୟଙ୍କ ମନ୍ଦିରରେ ନିର୍ମିତ ଯଜ୍ଞଶାଳାରେ କଳଶ ଗୁଡିକୁ ସ୍ଥାପନ କରାଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯିବା ସହ ଅଗ୍ନି ସ୍ଥାପନ କରାଯାଇଥିଲା । ଏଥି ନିମନ୍ତେ ଗ୍ରାମର ଅନେକ ମହିଳା ନିଜ ନିଜ ପରିବାରର ମଙ୍ଗଳ ମନାସୀ ବୈତରଣୀ ନଦୀରୁ ପୁଣ୍ୟଘଟ ଉତ୍ତୋଳନ କରି ନିଜ ନିଜ ଗୃହ ସମ୍ମୁଖରେ ସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା । ପ୍ରତାପ ବେହେରା, ଅଶାନ୍ତ ନାୟକ, ବାବୁଲା ମହାନ୍ତି, ଅମୀୟ ନାୟକ, ପପୁ ନାୟକ ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ପଣ୍ଡିତ ପ୍ରହଲାଦ ପାଢ଼ୀ, ସନାତନ ପଣ୍ଡା, ଆନନ୍ଦ ଦାଶ, ନନ୍ଦ କିଶୋର ଦାଶ, ଅକ୍ଷୟ ପଣ୍ଡା ପ୍ରମୁଖ ବେଦମନ୍ତ୍ରରେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ଏଥିପାଇଁ ପ୍ରଭୂ ଦଧିବାବନଙ୍କ ନିକଟରେ ଆଜି ଠାରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ସକାଳ ୯ଟାରୁ ଦିନ ତମାମ ଭକ୍ତମାନେ ସାମାଜିକ ଦୁରତା ରକ୍ଷାକରି କରୋନା କଟକଣା ମଧ୍ୟରେ ପ୍ରଭୁଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି । ପୁର୍ବରୁ ଏହି ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାବେଳେ ଚଳିତବର୍ଷ କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବେ କରାଯାଉଛି । ଏହି ମହୋତ୍ସବ ପାଇଁ ଗ୍ରାମର ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଚେତନା ସହ ଭାଇଚାରାର ଏକ ନିଖୁଣ ପରମ୍ପରା ସୃଷ୍ଟି ହୋଇ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ