ସୁବଣ୍ଣମୁଖୀ କ୍ରିକେଟ ତୁର୍ଣ୍ଣମେଣ୍ଟ ଉଦଯାପିତ,କେସିଏ ଧାମନଗର ବିଜୟ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକ ଦୋବଲ ପଞ୍ଚାୟତ ସୁଧ ସ୍ଥିତ ଧରମ ପଡିଆରେ ମା ସୁବଣ୍ଣମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଫାଇନାଲ ଖେଳରେ ସ୍ପୁଟିଙ୍ଗ କ୍ଳବ ଧାମନଗର ଓ କେସିଏ ଧାମନଗର ପରସ୍ପରକୁ ଭେଟିଥିଲେ। ସ୍ପୁଟିଙ୍ଗ କ୍ଳବ ଧାମନଗର ପ୍ରଥମେ ଟସ୍ ଜିଣି ୧୯ଓଭର ୨ବଲରେ ସମସ୍ତ ଓଇକେଟ ହରାଇ ୧୦୫ରନ ସଂଗ୍ରହ କରିଥିଲା । ଜବାରେ ଏହି ଖେଳକୁ କେସିଏ ଧାମନଗର ୮ଓଭର ୪ଟି ବଲରେ ୨ଓଇକେଟ ହରାଇ ଲକ୍ଷ୍ୟ ପଥରେ ପହଞ୍ଚି ବିଜେତା ହୋଇଥିଲା। ଶ୍ରେଷ୍ଠ ଖେଳାଳି ଭାବେ କ୍ଷ୍ୟମାସାଗର ବଳ, ସିରିଜର ଶ୍ରେଷ୍ଠ ଭାବେ ବିବେଚିତ ଶିବଦତ୍ତ ମଲ୍ଲିକ ଓ କିଶୋର ନାୟକ ବେଷ୍ଟ ଓଇକେଟ କିପର, ପୁରସ୍କାର ପାଇଥିଲେ। ମୁଖ୍ୟ ଅତିଥି ବିଷ୍ଣୁ ଚରଣ ସେଠି, ମୁଖ୍ୟ ବକ୍ତା ଅମରେନ୍ଦ୍ର ମହାନ୍ତି,ସଂମାନିତ ଅତିଥି ଦୋବଲ ଜୋନର ଜିଲ୍ଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ,ବୁଦ୍ଧଦେବ ଜେନା, ଅରବିନ୍ଦ ପତି, ସନ୍ତୋଷ ଦାସ ଅଧିକାରୀ,ବରିଷ୍ଠ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ବାବାଜୀ ନାୟକ, ସାମ୍ବାଦିକ ବୈକୁଣ୍ଠନାଥ ସାହୁ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସାର୍ଥକ ରଞ୍ଜନ ବିଶ୍ୱାଳ ଓ ଦେବବ୍ରତ ଦାସ ଖେଳ ପରିଚାଳନା କରିଥିବାବେଳେ କୃପାସିନ୍ଧୁ ସାହୁ,ଦୁଷ୍ମନ୍ତ ସାହୁ, ସମୀର ସାହୁ, ସୁଧାଂଶୁ ମହାପାତ୍ର, ସୁମ୍ୟରଂଜନ ସାହୁ, ତପନ କୁମାର ଦାସ, ବସନ୍ତ ପୃଷ୍ଟି, ଅଜୟ ମାଝୀ, ଜିତେନ୍ଦ୍ର ସାହୁ, ଈଶ୍ୱର ଧଳ, ରଞ୍ଜିତ ସାହୁ, ପ୍ରଶାନ୍ତ ନାୟକ ପ୍ରମୁଖ ଖେଳକୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ