ବଦଳିବ କୋଣାର୍କ ମନ୍ଦିରର ରୂପ ରେଖ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
କୋଣାର୍କ:(ଗଣେଶ ଚନ୍ଦ୍ର ବେହେରା) ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପରେ ଖୁବଶୀଘ୍ର ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଚତୁର୍ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କ।ର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏ ନେଇ ଗୁରୁବାର ଭୋର ପାଞ୍ଚଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ମୁଖ୍ୟ ଭି. କାର୍ତ୍ତିକେୟ ପାଣ୍ଡିଆନ ଓ ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଆଇଓଏଫ୍ ମୁଖ୍ୟ ପରାମର୍ଶଦାତା ସୁବ୍ରତ ବର୍ମା,ଏଏସଆଇ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ ପ୍ରମୁଖ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ବସିଥିବା ସମସ୍ତ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇ ଥଇଥାନ କରାଯିବା ଏହା ସହିତ କୋଣାର୍କ ଓ ମାଧିପୁର ମୌଜାର ନକ୍ସା କୁ ଅନୁଧ୍ୟାନ କରିଥିଲେ । ଭେଣ୍ଡିଂ ଜୋନ, ବସ୍ ପାର୍କିଂ ସ୍ଥଳ, ସୂର୍ଯ୍ୟମନ୍ଦିର ପ୍ରସ୍ଥାନ ପଥ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ ୫ଟି ସଚିବ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ଆଇଓଏଫ ଅଧିକାରୀ ସନ୍ତୋଷ ଦାଶ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ ।


