ବନରକ୍ଷୀ ଅନନ୍ତ ଚରଣ ବେହେରାଙ୍କ ବିୟୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ପରବାରି ଗ୍ରାମର ଅନନ୍ତ ଚରଣ ବେହେରା ଦେବଗଡ ଜିଲ୍ଲାରେ ବନ ବିଭାଗରେ କାର୍ଯ୍ୟରତ ଥିଲେ । ତାଙ୍କର ଗତ ଶନିବାର ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି । ଅବସର ସମୟରେ ସେ ଗ୍ରାମକୁ ଆସି ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୨ପୁତ୍ର ଅସିମ, ସଞ୍ଜୟ, ଏକମାତ୍ର ଝିଅ ରୋଜାଲିନ ଓ ପତ୍ନୀ ସଂଯୁକ୍ତା ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ଗ୍ରାମରୁ ସାନ ଭାଇ ଜଗବନ୍ଧୁ ବେହେରା, ଶରତ କୁମାର ବେହେରା, ରମାକାନ୍ତ ମୁଦୁଲି, ରାଧାକାନ୍ତ ମୁଦୁଲି, ପ୍ରକାଶ କୁମାର ମୁଦୁଲି ଓ କ୍ଷୀରୋଦ କୁମାର ମଲ୍ଲ ପ୍ରମୁଖ ଦେଓଗଡରେ ପହଞ୍ଚି ସ୍ୱର୍ଗତ ବେହେରାଙ୍କ ମୃତ ଶରୀରକୁ ଗ୍ରାମକୁ ଆଣିଥିଲେ । ତାଙ୍କ ଅକାଳ ବିୟୋଗରେ ବାଲିଆ ହାଇସ୍କୁଲର ୧୯୮୧ ବ୍ୟାଚ୍‌ର ସହପାଠୀ ଓ ସହପାଠିନୀ ରାଜକିଶୋର ଲେଙ୍କା, ସମରେନ୍ଦ୍ର ମହାପାତ୍ର, ଲଳିତ ମୋହନ ପଟ୍ଟନାୟକ, ଅମିୟ କୁମାର ନାୟକ, ସୁବାସ ନାୟକ, ସୁରେନ୍ଦ୍ର ମହାରଣା, ଗୁରୁଚରଣ ସେଠୀ, ରାମନାରାୟଣ ତ୍ରିପାଠୀ, ସୁକାନ୍ତି ନାୟକ, ପୁଷ୍ପଲତା ସ୍ୱାଇଁ ଓ ଜୟଦେବ ନାୟକ ପ୍ରମୁଖ ତାଙ୍କ ପରବାରିସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଟପୁତ୍ର ଅସୀମ ବେହେରା ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ବେହେରାଙ୍କ ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ